ବ୍ୟାଙ୍କ ରୁ ଟଙ୍କା ଉଭାନ୍ ଥାନାରେ ଅଭିଯୋଗ

ଯୋଡା,(ସମୀର କୁମାର ଦାସ): ଯୋଡା ସହରର ୩ ନମ୍ବର ୱାର୍ଡ କୁନ୍ଦୁରନାଲା ରେ ରହୁଥିବା କିଶୋର ଚନ୍ଦ୍ର ପାତ୍ରଙ୍କ ଅଜାଣତରେ ବ୍ୟାଙ୍କ ଆକାଉନ୍‌ଟରୁ ୬୦ ହଜାର ଟଙ୍କା ଉଭାନ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ୨୦୨୦ ନଭେମ୍ବର ମାସରେ କିଶୋର ପାତ୍ର ଯୋଡାସ୍ଥିତ ଷ୍ଟେଟ୍ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଋଣ ନେଇଥିଲେ । ଋଣ ନେବାର କିଛିଦିନ ପରେ ଏଟିଏମ୍ କାଉନ୍‌ଟର କୁ ଯାଇ ଟଙ୍କା ଉଠାଇବା ପୂର୍ବରୁ ମିନି ଷ୍ଟେଟମେନ୍‌ଟ ବାହାର କରିଥିଲେ । ତାଙ୍କ ୠଣ ଆକାଉନ୍‌ଟରୁ ପର୍ଯ୍ୟାୟକ୍ରମେ ୩ ଥରରେ ୬୦ ହଜାର ଟଙ୍କା ଉଭାନ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ଷ୍ଟେଟ୍‌ବ୍ୟାଙ୍କ କୁ ଆସି ଶାଖା ପରିଚାଳକଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ, ଗତ ତା-୨୨.୧୧.୨୦୨୦ରିଖରେ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଏଟିଏମ୍‌ରୁ ୨୦ ହଜାର ଟଙ୍କା ଏବଂ ନଭେମ୍ବର ୨୩ ଓ ୨୪ ତାରିଖରେ ଝାରସୁଗୁଡା ଅଂଚଳର ଏକ ଏଟିଏମ୍ କାଉନ୍‌ଟରରୁ ୨୦ ହଜାର ଟଙ୍କା ଲେଖାଏଁ ୨ ଥରରେ ୪୦ ହଜାର ଟଙ୍କା ଉଠାଇ ନେଇଛନ୍ତି । ଏ ଘଟଣା ସମ୍ପର୍କରେ କିଶୋର ପାତ୍ର ଯୋଡା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯାନ୍‌ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ