ବ୍ୟାଙ୍କ ସମିଶ୍ରଣ ହେତୁ କଳାକାର ଭତ୍ତା ପ୍ରଦାନରେ ସମସ୍ୟା

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): ଜାତୀୟକରଣ ବ୍ୟାଙ୍କ ଗୁଡିକର ସମିଶ୍ରଣ ଫଳରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପ୍ରଦାନ କରାଯାଇଥିବା କଳାକାର ଭତ୍ତା ସଂପୃକ୍ତ କଳାକାରଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବାରେ ସମସ୍ୟା ସୃଷ୍ଟି ହୋଇଛି । ହିତାଧିକାରୀମାନେ ପୂର୍ବରୁ ଯେଉଁ ବ୍ୟାଙ୍କ ଆକାଉଁଟ ନମ୍ବର ଜିଲ୍ଲା ସଂସ୍କୃତି ବିଭାଗରେ ଦାଖଲ କରିଥିଲେ ବର୍ତ୍ତମାନ ସେହି ଆକାଉଁଟରେ ଅର୍ଥ ଯାଇପାରୁନାହିଁ । ଯାହା ଫଳରେ ହିତାଧିକାରୀମାନେ ସେମାନଙ୍କର ଭତ୍ତା ପାଇପାରୁନାହାନ୍ତି । ସଂପୃକ୍ତ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହିତ ମିଶି ଯାଇଥିବାରୁ ଏହି ଅସୁବିଧା ଦେଖାଦେଇଛି । ଏଣୁ ଯେଉଁମାନେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଉଛନ୍ତି ଏବଂ ସେମାନଙ୍କର ଯେଉଁ ବ୍ୟାଙ୍କରେ ଆକାଉଁଟ ଥିଲା ସେହି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହିତ ମିଶିଯାଇଛି । ସେମାନେ ନୂଆ ବ୍ୟାଙ୍କରୁ ପାସବୁକ ଆଣି ସେହି ପାସବୁକର ଜେରକ୍ସ କପି ଓଏକ ଦରଖାସ୍ତ ସହ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଆସନ୍ତା ୨୭ତାରିଖ ସୁଦ୍ଧା ଦାଖଲ କଲେ ସେମାନଙ୍କର କଳାକାର ଭତ୍ତା ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଁଟରେ ପୈଠ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ