ବ୍ୟାଙ୍କ ସୁନାରୀଙ୍କ ଶବ ସନ୍ଦେହ ଜନକ ଅବସ୍ଥା ରେ ଉଦ୍ଧାର

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଥାନା ଅଧିନସ୍ଥ କୋଣାର୍କ – କାକଟପୁର ମୁଖ୍ୟ ରାସ୍ତାର ଗୟଳ ଛକ ଠାରେ କୋଣାର୍କ ସ୍ଥିତ ୟୁକୋ ବ୍ୟାଙ୍କରେ ସୁନାରୀ ଭାବେ କାର୍ଯ୍ୟ କରୁଥିବା ଅବଦାନ ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ଚନ୍ଦ୍ରମଣି ସାହୁ(୫୨)ଙ୍କ ମୃତ ଦେହକୁ କୋଣାର୍କ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମର ଚନ୍ଦ୍ରମଣି ସାହୁ  ଗୁରୁବାର କାକଟପୁର କୁଣ୍ଡେଇ ହାଟକୁ ଯାଇ ରାତିରେ ଘରକୁ ଫେରି ନଥିଲେ। ଶୁକ୍ରବାର ସକାଳ ସମୟରେ ତାଙ୍କର ମୃତ ଦେହ କୋଣାର୍କ – କାକଟପୁର ରାସ୍ତାର ଗୟଳ ଛକ ଠାରୁ ମିଳିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ପରିବାର ଲୋକ ମାନେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏହି ଘଟଣା ସମ୍ପର୍କରେ କିଛି ବ୍ୟକ୍ତିଙ୍କ ଠାରୁ ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋଣାର୍କ ଥାନା ପୋଲିସ ପୁରୀ ସ୍ଥିତ ସାଇଣ୍ଟିଫିକ ଟିମ କୁ ଖବର ଦେବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମେଡ଼ିକାଲକୁ ପଠାଯାଇଛି। କୋଣାର୍କ ପୋଲିସ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରିବା ସହ ଘଟଣା ସ୍ଥଳରୁ ଚନ୍ଦ୍ରମଣି ସାହୁଙ୍କ ଦ୍ବାରା ବ୍ଯବହୃତ ମୋଟର ସାଇକେଲ ଜବତ କରିଛି। ଏ ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କୁହନ୍ତି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କ ର ମୃତ୍ୟୁ ଘଟିଲା ତାହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ