ବ୍ୟାଟମ୍ୟାନ୍ ହୋଇ ଦେଉଛନ୍ତି ବେସାହାରା ପ୍ରାଣୀଙ୍କୁ ସାହାରା
ଫ୍ଲୋରିଡାର ୨୭ ବର୍ଷୀୟ ଭାନ୍ ଡୋର୍ନଙ୍କୁ ଛୋଟବେଳୁ କାର୍ଟୁନ୍ ଚରିତ୍ର ବ୍ୟାଟମ୍ୟାନ ବହୁତ ଭଲ ଲାଗୁଥିଲା । ବଡ଼ ହେବା ପରେ ସେ ଅରଲାଣ୍ଡୋରେ ଏକ ଆନିମଲ୍ ରେସ୍କ୍ୟୁ ସଂସ୍ଥା ସହ ଜଡିତ ହେଲେ । ନିଷ୍ପତ୍ତି ନେଲେ ବ୍ୟାଟ୍ମ୍ୟାନ୍ ବେଶଭୂଷାରେ ରହି ସେ ପ୍ରାଣୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରିବେ । କାରଣ ସେ ଭାବୁଥିଲେ ଏହି ବେଶଭୂଷାରେ କାମ କଲେ ବେସାହାରା ପ୍ରାଣୀଙ୍କ ପ୍ରତି ବହୁ ଲୋକଙ୍କ ଦୃଷ୍ଟି ପଡିବ । ଆଉ ସେମାନେ ଏହି ପ୍ରାଣୀଙ୍କୁ କୋଳେଇ ନେବାକୁ ଆଗେଇ ଆସିବେ । ଆଉ ତାହା ହିଁ ହୋଇଥିଲା । ପରେ ସେ ନିଜର ବି ଏକ ନନ୍ପ୍ରଫିଟ୍ ଅର୍ଗାନାଇଜେଶନ୍ ଗଢିଲେ, ଯାହାର ନାଁ ଦେଲେ “ବ୍ୟାଟମ୍ୟାନ୍ ଫର୍ ପ’ସ୍ । ଆଉ ଦେଶର ବିଭିନ୍ନ ସ୍ଥାନ ବୁଲି ବେସାହାରା ପ୍ରାଣୀଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ସୁରକ୍ଷିତ ରହିବା ସ୍ଥାନ ଯୋଗାଇଲେ । ତେବେ ସେ କହନ୍ତି, “ପ୍ରକୃତରେ କହିବାକୁ ଗଲେ ମୁଁ ହିରୋ ନୁହେଁ । ଯେଉଁମାନେ ସେମାନଙ୍କୁ ଘର ଯୋଗାଉଛନ୍ତି ସେଇମାନେ ହିଁ ପ୍ରକୃତ ହିରୋ ।’