ବ୍ୟାଟେରୀ ଚାଳିତ ଅଟୋର ଚାଳକ ଭାବେ ମହିଳାଙ୍କୁ ନିଯୁକ୍ତି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ସହ ପୁରୁଷଙ୍କସହ ମହିଳା ମାନଙ୍କୁ ସମକ୍ଷମ କରିବା ସକାଶେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । ଏହି ପରିପେକ୍ଷୀରେ ହିଂଜିଳିକାଟୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ମହିଳା ମାନଙ୍କୁ କର୍ମ ନିଯୁକ୍ତ ପ୍ରଦାନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସ୍ଥାନୀୟ ପୌରାଂଚଳକୁ ପ୍ରଦୂଷଣ ମୁକ୍ତ ସମେତ ସହରକୁ ସ୍ୱଛ ଓ ସୁନ୍ଦର ଭାବେ ଗଢି ତୋଳିବା ଏବଂ ମହିଳା ମାନଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିର୍ବାହୀ ଅଧିକାରୀ ସାହୁ ବୁଧବାର ଆଉ ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ଥାନୀୟ ପୌରାଂଚଳର ଜଣେ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କୁ ପୌର ପରିଷଦ ପକ୍ଷରୁ ବୁଧବାର ବ୍ୟାଟେରୀ ଚାଳିତ ଅଟୋ ଚାଳକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥି ସହ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ସହାୟିକା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଘରକୁ ଘର ବୁଲି ଆର୍ବଜନା ସଫା କରିବା ସହ ପୌରାଂଚଳ ମଧ୍ୟ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥକୁ ସଫେଇ କାର୍ଯ୍ୟରେ ମଧ୍ୟ କିଛି ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ବ୍ୟାଟେରୀ ଚାଳିତ ଅଟୋର ଚାଳକ ଭାବେ ପ୍ରଭାତି ପ୍ରଧାନ ଓ ସହାୟିକା ଭାବେ ବବି ବେହରାଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହ ତାଲିମ ପ୍ରଦାନ କରାଯାଇଥିଲା । ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଓ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଯୋଗଦେଇ ବ୍ୟାଟେରୀ ଚାଳିତ ଅଟୋର ଶୁଭ ଉଦଘାଟନ କରିଥିଲେ । ଆଗାମୀ ଦିନରେ ମହିଳା ସ୍ୱଂୟ ସାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପୌର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ନିର୍ବାହୀ ଅଧିକାରୀ ସାହୁଙ୍କ ଏଭଳି ପଦକ୍ଷେପକୁ ପୌରାଂଚଳବାସୀ ପ୍ରଂଶସା କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଏ .ମୋହନ ଆଚାରୀ, ଅଶ୍ୱିନି ନାୟକ, କୌଳାଶ ସାବତ, ବିବେକାନନ୍ଦ ମହାପାତ୍ର, ଅଭିରାମ ସାହୁ, କିଶାନ କୁମାର ପାତ୍ରଙ୍‌କସମେତ ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ