ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପଦକର ନିଟତର ଓଡିଆ ଝିଅ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ୩୩ତମ ୟୋନେକ୍ସ-ସନ୍ରାଇଜ୍ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ଜାତୀୟ ପଦକର ନିକଟତର ହୋଇଛନ୍ତି ଓଡିଶାର ତାରକା ସଟଲର ଶ୍ୱେତପର୍ଣ୍ଣା ପଣ୍ଡା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ହରିଆନାର ୪ର୍ଥ ସିଡ୍ ମୟଙ୍କ ରାଣା ଓ ଉନ୍ନତି ହୁଡ୍ଡା ଯୋଡିଙ୍କ ବିରୋଧରେ ଟପସିଡ୍ ଶ୍ୱେତପର୍ଣ୍ଣା ଓ ସହଯୋଗୀ ତେଲେଙ୍ଗାନାର ସାତ୍ୱିକ୍ ରେଡ୍ଡିକେ ନିଜ ସେମିଫାଇନା ଲମ୍ୟାଚର ଆରମ୍ଭରୁ ଶେଷ ଯାଏଁ ଆଧିପତ୍ୟ ଜାରିରଖିବା ସହ ୨୧-୧୭, ୨୧-୧୩ରେ ବିଜୟ ହାସଲ କରିଥିଲେ ।ଫାଇନାଲ ମ୍ୟାଚରେ ଆସନ୍ତାକାଲି ଶ୍ୱେତପର୍ଣ୍ଣା ଓ ସାତ୍ୱିକ୍ ୩ୟ ସିଡ୍ ଚଣ୍ଡିଗଡ-ହରିଆନାର ସମରବୀର ଓ ରିଜୁଲ୍ସାଇନିଙ୍କୁ ଭେଟିବେ । ସମରବୀର ଓ ରିଜୁଲ ହରିଆନାର ଯୋଡି ସନିନେ ହେରା ଓ ମୁସ୍କାନ ସାଙ୍ଗୱାନଙ୍କବିରୋଧରେ ନିଜର ଶେଷ ୪ଟି ପ୍ରତିଯୋଗିତାକୁ ୨୧-୧୨, ୨୧-୧୪ରେ ହରାଇଥିଲେ ।


