ବ୍ୟାନ ଟ୍ୟାବଲେଟ ବିକ୍ରି କରି ଜଣେ ଗିରଫ

ପାଟଣାଗଡ଼,(ସୁଜିତ କୁମାର ମେହେର): ବଲାଙ୍ଗିର ସହରରେ ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବଲାଙ୍ଗିର ସହର ହାତୀଶାଲ ପଡ଼ା ଜୋରଖଣ୍ଡିର ବସନ୍ତ ସାହୁ (୪୫) । ବସନ୍ତଙ୍କ ନିକଟରୁ ପୁଲିସ ୧୫ ଶହ ଆନଜୋଲାମ ଟ୍ୟାବଲେଟ-୦.୫ ଜବତ କରିଥିବା ନେଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି ।ପୁଲିସର ସୂଚନାନୁଯାୟୀ, ପେଟ୍ରୋଲିଂ ସମୟରେ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରି କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ହାତୀଶାଲ ପଡ଼ା କ୍ଲବ ହାଉସଠାରେ ବସନ୍ତକୁ ଧରିଥିଲା । ପରେ ଯାଞ୍ଚ କରିବା ସମୟରେ ବସନ୍ତଙ୍କ ନିକଟରୁ ଆନଜୋଲମ ନିଶା ଟ୍ୟାବଲେଟ ଜବତ ହୋଇଥିଲା। ବ୍ୟାନ ହୋଇଥିବା ଏହି ଟ୍ୟାବଲେଟ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ବିକ୍ରି ହୋଇପାରିବ । କିନ୍ତୁ କିଭଳି ଭାବେ ଏହି ଟ୍ୟାବଲେଟ ଏତେ ପରିମାଣରେ ବସନ୍ତ ପାଖକୁ ଆସିଲା ଓ ତାହା କିଏ ଯୋଗାଉଛି ସେନେଇ ତଦନ୍ତ କରାଯାଉଛି ବୋଲି ଏସଡିପିଓ କହିଛନ୍ତି । ତେବେ ବସନ୍ତଙ୍କ ନାମରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ