ବ୍ୟାପକ ଗଂଜେଇ ଜବତ ଜଣେ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ।ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ କାମ୍ବେରିକିଆ ଠାରେଗଂଜେଇ ଚାଲାଣ କରିବା ନିମନ୍ତେ ସଜବାଜ ହେଉଥିବା ବେଳେ ଏହିଖବର ପାଇ ପୋଲିସ ଚଢାଉ କରିଥିଲେ । ଏହି ସମୟରେ ସେଠାରୁ ୨୦୭ କେଜି ୮୮୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ଓ ଆଉ ଦୁଇଜଣ ପୋଲିସକୁ ଦେଖି ଡେଇଁ ପଳାଇଛନ୍ତି । ଗଂଜେଇ ଓ ଗିରଫ ବ୍ୟକ୍ତି ଦିଲିପ କୁମାର ଚନ୍ଦନ ଗାଁ ଖପ୍ରାଖୋଲ ଜିଲ୍ଲା ବଲାଙ୍ଗିର କେଶ ନମ୍ବର ୭୨/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୁଚନା ଦେଇଛନ୍ତି ।


