ବ୍ୟାପକ ଚୋରା ବିଦେଶୀ ମଦ ଜବତ ଓ ୩ ଥାନାରେ ଅଟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଖବର କୌଣସି ମତେ ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସ୍ଵାତି କୁମାର ଅଚାନକ ଦୋକାନ ମାନଙ୍କ ଉପରେ ଚଢ଼ାଉ କରିଥିଲେ. ଚଢ଼ାଉ ବେଳେ ୨୫ ଲିଟର ବିଦେଶୀ ମଦ ଜବତ କରି ଯୋଗେସୁ ପାତ୍ର, ଜି ଭେଣକେଟସ ଓ ଏଲ ଶେଖର ଙ୍କୁ ଅବକାରୀ ବିଭାଗ ଦଫାରେ ପୃଥକ ପୃଥକ ମକନ୍ଦମ୍ମl ରୁଜୁ କରି ଚୋରା ମଦ ବେପାରୀ ମାନଙ୍କୁ ଥାନାରେ ଅଟକ ରଖାଯାଇଛି. ଜବତ କରିଥିବା ବିଦେଶୀ ମଦ କାଶୀନଗର ଥାନାକୁ ହସ୍ତାନ୍ତର କରିଥିଲେ. ସୂଚନା ଯୋଗ୍ୟ ଯେ ସୀତାପୁର ଓ ହାଡୁଭାଙ୍ଗି ଠାରେ ବିପୁଳ ପରିମାଣର ରନ୍ଧା ମଦ ଓ ବିଦେଶୀ ମଦ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି l ହାଡୁଭାଙ୍ଗି ଓ ଆନ୍ଧ୍ରା ଯିବା ମୁଖ୍ୟ ରାସ୍ତା କଡ଼ରେ ପେକେଟ ମଦ ଖୁଲମ ଖୁଲା ଭାବେ ବିକ୍ରି କରା ଯାଉଛି ଯାହା ଫଳରେ କି ସେହି ରାସ୍ତା ଦେଇ ଯିବାକୁ ମହିଳା ମାନେ ଭୟଭିତ ହୋଉଛନ୍ତି, କିନ୍ତୁ ଅବକାରୀ ବିଭାଗ ଏ ବିଷୟରେ କିଛି ପଦକ୍ଷେପ ନେଉ ନାହାନ୍ତି l ଅବକାରୀ ବିଭାଗଙ୍କ ନଜରରେ ଏହା ପଡୁ ନାହିଁକି ବୋଲି ବୁଦ୍ଧିଜୀବୀ ମାନେ ଅବକାରୀ ବିଭାଗ ଓ ମଦ ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଆଲୋଚନା କରୁଛନ୍ତି l ନାମକୁ ମାତ୍ର ଅବକାରୀ ବିଭାଗ କେହି ବ୍ୟକ୍ତି ମଦ ପିଇବା ପାଇଁ ନେଉଥିବା ବେଳେ ତାଙ୍କୁ ଧରୀ ନାମକୁ ମାତ୍ର ମାସକୁ ଗୋଟେ ଦୁଇଟା କେସ୍ କରି ଛାଡି ଦେଉଛନ୍ତି ବୋଲି ଜନସାଧାରଣ ମାନେ ମତ ପ୍ରକାଶ କରିଛନ୍ତି l