ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ନ ନିର୍ଦ୍ଦେଶିକାଙ୍କ ଦୁଇ ଦିନିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଦୁଇ ଦିନିଆ ଗଜପତି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିବାର ଜଣାପଡିଛି । ପ୍ରଥମେ ମୋହନା ବ୍ଲକର ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଏହାପରେ ଜିରାଙ୍ଗ ଠାରେ ଥିବା ବୈଦ୍ଧ ମନ୍ଦିର, ଲବାରସିଂ ସ୍ଥିତ ଅଙ୍ଗନବାଡି ଗୃହ, ଚନ୍ଦ୍ରଗରି ସ୍ଥି ଲିମନ ଗ୍ରାମସ ପ୍ଲାଣ୍ଟ, ଲମ୍ପପଦା ସ୍ଥିତ କୁକୁଡା ଚାଷ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ମୋହନା ବିଡିଓ ତପସ୍ୱିନୀ ହାଁସଦା ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତଥିଲେ । ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟ ତଥା ପ୍ରକଳ୍ପର ସମୀକ୍ଷା କରିଥିଲେ । ଦ୍ୱିତୀୟ ଦିବସରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ଚିକିତ୍ସାଳୟର ଚତୁଃପାର୍ଶ ୍ବର ସ୍ୱଚ୍ଛତା, ରୋଗୀ ସେବୀ, ପାନୀୟ ଜଳ ବ୍ୟବସ୍ଥା ଉପରେ ବୁଲି ଦେଖିଥିଲେ । ଏହା ସହ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗରେ ଥିବା ରୋଗୀଙ୍କ ସହିତ ସିଧାସଳଖ କଥା ହୋଇ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


