ବ୍ୟାରିକେଟ ଉପରକୁ ଚଢିଗଲା ଟ୍ରକ
ଛତ୍ରପୁର (ଦେବଦତ୍ତ ମହାରଣା) : ଏନଏସି ନିକଟସ୍ଥ ସତ୍ୟବାଦୀ ସାହି ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ରେ ଏକ ଟ୍ରକ ଭାରସାମ୍ୟ ହରାଇ ଲୁହା ବ୍ୟାରିକେଟ ଉପରେ ଚଢିଯାଇଛି । ଫଳରେ ପ୍ରାତଃ ଭ୍ରମଣ କାରୀ ବ୍ୟକ୍ତି ମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି । ସୂଚନା ମୁତାବକ କର୍ଣ୍ଣାଟକ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ (କେଏ୫୨ବି୦୮୯୭) ଭାରସାମ୍ୟ ହରାଇ ସକାଳ ପ୍ରାୟ ୦୫ : ୪୫ ରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଲୁହା ବ୍ୟାରିକେଡ ଉପରେ ଚଢିଯାଇଥିଲା । ଫଳରେ ଜାତୀୟ ରାଜପଥ ପାଶ୍ୱର୍ରେ ଲାଗିଥିବା ହାଇମାକ୍ସ ଲାଇଟ ଗୁଡିକ ଭାଙ୍ଗିଯାଇଛି । ଗାଡି ଚାଳକ ବିହାର ର ରଞ୍ଜନ ସିଂ ପାଲ ଓ କଲିକତାର ପ୍ରମୋଦ ସାହା ଅଳ୍ପକେ ବର୍ତ୍ତିଯାଇଛନ୍ତି ।