ବ୍ୟାସକବି ନଗରରେ ମୁରୁଜ ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷଭଳି ଚଳିତବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ସହଦେବଖୁଣ୍ଟାସ୍ଥିତ ବ୍ୟାସକବିନଗରର ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିର ପରିସରରେ ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ଓ ଅନ୍ନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଭାତରୁ ମନ୍ଦିରର ପଞ୍ଚୁକ ବ୍ରତଧାରୀ ଶହଶହ ଶ୍ରଦ୍ଧାଳୁଙ୍କ ମଙ୍ଗଳ ଆଳତି ଦର୍ଶନପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା । ମୁରୁଜ ପ୍ରତିଯୋଗୀମାନଙ୍କ କୃତିକୁ ବରିଷ୍ଠ ଚିତ୍ରଶିଳ୍ପୀ କେଶୁଦାସ ମୂଲ୍ୟାୟନ କରିଥିଲେ । ୪ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଆସନ୍ତା ବ୍ୟାସକବିଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରମାଣପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯିବ ।ବ୍ୟାସକବି ନଗର ଓ ରୟାଲ୍ କ୍ଲବ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷଭଳି ଚଳିତବର୍ଷ ମହାସମାରୋହରେ ସମାପ୍ତ ହୋଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଓ ବାଲେଶ୍ୱର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସଞ୍ଜୟ ଚୌଧୁରୀ, ବିନୋଦ ପଣ୍ଡା, ନରେନ୍ଦ୍ର ସ୍ୱାଇଁ, ଡମ୍ବରୁଧର ପ୍ରଧନା, ରଞ୍ଜନ ଭୋଇ, ଭଗବାନ ମହନୀ, ଜିତେନ୍ଦ୍ର ଉପାଧ୍ୟାୟ, ସରସ୍ୱତୀ ପଣ୍ଡା, ମନୋଜ ନାୟକ, ରଜତ ପରିଡ଼ା ଅଶୋକ ଦାଶ, ମୁକୁନ୍ଦ ଦାସ, ପ୍ରଭାତ ସାହୁ, ଆଦିତ୍ୟ ମହାନ୍ତି, ଅକ୍ଷୟ ତ୍ରିପାଠୀ, ରୁବି ପରିଡ଼ା, ସୁବ୍ରତ ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ଗୁଣାକର ଦେ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରା ରକ୍ଷା କରିବାରେ ସ୍ଥାନୀୟ ବାସିନ୍ଦାମାନଙ୍କ ଭାଇଚାରାକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ