ବ୍ୟାସକବି ନଗରରେ ରକ୍ତଦାନ ଶିବିର ଓ ବାଲେଶ୍ୱର ବିଧାୟକଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):‘ବାସନ୍ତୀଲତା ଏଜୁକେସନାଲ୍ ଓ ଚ୍ୟାରିଟେବୁଲ୍ ଟ୍ରଷ୍ଟ’ ଏବଂ ‘ବ୍ୟାସକବି ନଗର ବିକାଶ ପରିଷଦ’ ପକ୍ଷରୁ ଓ ‘ରୟାଲ୍ କ୍ଲବ୍’ର ସହାୟତାରେ ରବିବାର ଦିନ ପୂର୍ବାହ୍ନରେ ଏକ ରକ୍ତଦାନ ଶିବିର ସହଦେବଖୁଣ୍ଟାସ୍ଥିତ ଚାନ୍ଦମାରି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରର ସଦରର ନବନିର୍ବାଚିତ ବିଧାୟକ ମାନସ କୁମାର ଦତ୍ତ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ସହଦେବଖୁଣ୍ଟା ସହରାଞ୍ଚଳ ଚିକିତ୍ସାଳୟର ମେଡିକାଲ୍ ଅଫିସର ଡା. ଲମ୍ବୋଦର ବଳ ଓ ଜିଲ୍ଲା ରକ୍ତଦାତା ସଂଘର ସଂପାଦକ ଇଂ. ଡ. ହୃଷିକେଶ ସାହୁ ଅତିଥିଭାବେ ଉତ୍ସବରେ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ୫୦ରୁ ଊର୍ଦ୍ଧ୍ୱ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି ଅବସରରେ ବ୍ୟାସକବି ନଗର ବିକାଶ ପରିଷଦର ସଭାଗୃହରେ ନବନିର୍ବାଚିତ ବିଧାୟକ ଶ୍ରୀ ଦତ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସଂଜୟ କୁମାର ଚୌଧୁରୀ ଓ ସାଧାରଣ ସଂପାଦକ ବିନୋଦ ବିହାରୀ ପଣ୍ଡା କ୍ଲବ୍ ପକ୍ଷରୁ ସଭାପତି ଭଗବାନ ମହନୀ ଓ ସଂପାଦକ ସୁଧୀର ଦାସ, ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ବାସନ୍ତୀଲତା ଦାସ, ପୁତ୍ର ଜିତେନ୍ଦ୍ର ଦାସ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ୩ଟି ସଂଗଠନର କର୍ମକତ୍ର୍ତା ଓ ସଦସ୍ୟ/ସଦସ୍ୟାମାନେ ସହଯୋଗ ପ୍ରଦାନ କରିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାରେ ଆବଶ୍ୟକୀୟ ରକ୍ତ ସଂଗ୍ରହ କରାଯାଇ ପାରିନଥିବାବେଳେ ଏହି ରକ୍ତଦାନ ଶିବିରକୁ ସାଧାରଣରେ ପ୍ରଶଂସା କରାଯାଇଛି ।


