ବ୍ୟାସକବି ନଗରରେ ରଙ୍ଗୋଲି ପ୍ରତିଯାଗିତା

ବାଲେଶ୍ୱର, (ସରୋଜ ପଣ୍ଡା) : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣା ଅନୁସାରେ ସାମାଜିକ ଦୂରତାରକ୍ଷା ସହ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଦର ବିଧାୟକ ସ୍ୱରୂପ ଦାସ, ସମାଜସେବୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଲକ୍ଷ୍ମୀଧର ବେହେରା ଓ ଶ୍ରଦ୍ଧାଞ୍ଜଳି ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ପ୍ରତିିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ତ୍ତିକ ମାସରେ ପ୍ରତ୍ୟେକ ଓଡିଆଙ୍କ ଘରେ ତୁଳସୀ ଚୌରାରେ ରଙ୍ଗୋଲି ବା ମୁରୁଜ ପକାଯାଉଥିବା ବେଳେ ଏହି ପରମ୍ପରାକୁ ଉଦଜୀବିତ ରଖିବା ପାଇଁ ପ୍ରତିବର୍ଷ ପ୍ରତିଯୋଗିତା କରାଯାଉଛି ବୋଲି ଆୟୋଜକମାନେ କହିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବାଳିକା, ଯୁବତୀ ଓ ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବ୍ୟାସକବି ନଗର ସମେତ ସହରର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ପରମ୍ପରା ରକ୍ଷା ସହ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ଏହି ପ୍ରତିଯୋଗିତା ଏକ ସୁନ୍ଦର ପ୍ଲାଟଫର୍ମ ହୋଇପାରିଛି ବୋଲି ପ୍ରତିଯୋଗୀମାନେ କହିଥିଲେ । ଆସନ୍ତା ଜାନୁଆରୀ ମାସ ୧୪ ତାରିଖ ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ବ୍ୟାସକବି ନଗର ବିକାଶ ପରିଷଦର ବାର୍ଷିକ ଉତ୍ସବରେ କୃତୀ ପ୍ରତିଯେଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବିଚାରକ ଭାବେ ଅର୍ଚ୍ଚନା ନନ୍ଦୀ, ଟିକି ରଥ ଓ ସୁକାନ୍ତି ଦେବଗୋସ୍ୱାମୀ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରତିଯୋଗିତାରେ ସୂଚିସ୍ମିତା ପାତ୍ର ପ୍ରଥମ ତନୁଜା ଜେନା ଦ୍ୱିତୀୟ, ମୀନାକ୍ଷୀ ଗଙ୍ଗେଇ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମଧୁସ୍ମିତା ପାତ୍ରଙ୍କୁ ଚତୁର୍ଥ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଚୟନ କରାଯାଇଛି । ପରିଷଦର ସଭାପତି ରଞ୍ଜନ କୁମାର ଭୋଇ, ସମ୍ପାଦକ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ଗୋରାଙ୍ଗ ପାଣିଗ୍ରାହୀ, ଡମ୍ବରୁଧର ପ୍ରଧାନ, ଜିତେନ୍ଦ୍ର ଉପାଧ୍ୟାୟ, ଭଗବାନ ମୋହନୀ, ସରସ୍ୱତୀ ପଣ୍ଡା, ସରସ୍ୱତୀ ଜେନା, ଶମ୍ଭୁ ସିଂ ପ୍ରମୁଖ ପରିଷଦର କର୍ମକର୍ତ୍ତାମାନେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ