ବ୍ୟାସକବି ଫକୀରମୋହନ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ର ଅବିସ୍ମରଣୀୟ ପ୍ରତିଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଉତ୍କଳ ସମ୍ମିଳନୀ ସହିତ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତି ଙ୍କ ୧୮୩ ତମ ଜୟନ୍ତୀ ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଂଯୋଜନା ରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଓଡ଼ିଆ ଭାଷା ସାହିତ୍ୟ, ଗଦ୍ୟ ଭଣ୍ଡାର, ସ୍ୱାଧୀନତା ସଂଗ୍ରାମ ରେ ସାମିଲ ସହିତ କଥା ସମ୍ରାଟ ର ମୂର୍ତ୍ତିମନ୍ତ ପ୍ରତୀକ ତଥା ଓଡ଼ିଆ ସାହିତ୍ୟ ରଚନା ଦ୍ୱାରା ସମାଜ ରେ ସକାରାତ୍ମକ ଚିତ୍ର ପ୍ରଦାନ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଇତିହାସ ରେ ସୃଷ୍ଟି କରିଥିଲେ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ.ସମାଜ ର ବାସ୍ତବ ଚିତ୍ର କୁ ସାହିତ୍ୟ ମାଧ୍ୟମରେ ପରିପ୍ରକାଶ କରିବା ଥିଲା ତାଙ୍କ ଅଦ୍ୱିତୀୟ ପ୍ରତିଭା ର ପ୍ରମାଣ.ରେବତୀ, ଛ ମାଣ ଆଠ ଗୁଣ୍ଠ, ପେଟେଣ୍ଟ ମେଡ଼ିସିନ ପ୍ରମୁଖ ତାଙ୍କ କାଳଜୟୀ କୃତି ବୋଲି କହିଥିଲେ. ସମ୍ମାନିତ ଅତିଥି ଭାବେଉତ୍କଳ ସମ୍ମିଳନୀ ର ବରିଷ୍ଠ ସଦସ୍ୟ ଭାଷାପ୍ରାଣ ଦିଲୀପ ଦାଶଶର୍ମା,ଅନନ୍ତ ପ୍ରସାଦ ଜେନା,ମନୋରଞ୍ଜନ ମହାନ୍ତି,ବାସନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତି ଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ