ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସମାରୋହ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଷ୍ଟେସନ ସ୍ଥିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ଓ ଜୟନ୍ତୀ ସମାରୋହ ଜନ ଜାଗରଣ ମଞ୍ଚ ତରଫରୁ ବୁଧବାର ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ମତ୍ସ, ପଶୁପାଳନ, ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, ସଦର ବିଧାୟକ ମଦନ ମୋହନ ଦତ୍ତ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ମଧୁସୂଦନ ସାଂସ୍କୃତିକ ପରିଷଦ ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ଜନଜାଗରଣ ମଞ୍ଚର କାର୍ଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପାର୍ଘ ପ୍ରଦାନ କରିଥିଲେ । ଓଡିଆ ଭାଷା ଓ ସଂସ୍କୃତିର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତି ଓଡିଆଙ୍କ ଗୌରବ ତଥା ପ୍ରାତ ସ୍ମରଣିୟ, ଫକୀର ମୋହନଙ୍କ କାଳଯୟୀ ପଦକ୍ଷେପ ଯୋଗୁଁ ଓଡିଆ ଭାଷା ରକ୍ଷା ପାଇଥିଲା । ତାଙ୍କର ବଳିଷ୍ଠ ଲେଖନୀ ଦ୍ୱାରା ଓଡିଆ ଭାଷା ସୁଖ୍ୟାତି ଅର୍ଜନ କରିଛି । ଓଡିଆ ଭାଷା ଓ ସାହିତ୍ୟର ଶ୍ରେଷ୍ଠ ପୁରୁଷ କଥା ସମ୍ରାଟ୍ ଉପନ୍ୟସିକ ଫକୀର ମୋହନ କେବଳ ଓଡିଶା କାହିଁକି ସମଗ୍ର ଭାରତବର୍ଷର ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ ବୋଲି ତାଙ୍କ ଜୟନ୍ତୀ ସମାରୋହରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏଥିରେ ଅନୁଷ୍ଠାନର ତ୍ରିଦିପ କୁମାର ନାୟକ, ସମରେନ୍ଦ୍ର ନାଥ ଦାସ, ତୁଷାର କାନ୍ତି ମହାନ୍ତି, ଭାବଗ୍ରାହୀ ମହାନ୍ତି, ଉମେଶ ଚନ୍ଦ୍ର ବାରିକ, ଡ. ହରିଶ୍ଚନ୍ଦ୍ର ବେହେରା, ପ୍ରଜ୍ଞା ପରମିତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତିଥିମାନଙ୍କୁ ତୁଷାର କାନ୍ତି ମହାପାତ୍ର ମଞ୍ଚ ଆହ୍ୱାନ କରିଥିଲେ ଓ ବିନୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


