ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିସଭା

ବ୍ରହ୍ମପୁର, (ଅନିଲ କୁମାର):ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡ଼ିଆ କଥା ସାହିତ୍ୟର ସମ୍ରାଟ ତଥା ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୬ତମ ତିରୋଧାନ ଦିବସକୁ ଯଥା ମର୍ଯ୍ୟାଦାର ସହ ଏମକେସିଜି ମେଡିକାଲ କଲେଜ ପରିସରରେ ପାଳନ ହୋଇଯାଇଛି l ଓମ ଲଫିଙ୍ଗ କ୍ଲବର ସଭାପତି ଦେବରାଜ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଫକୀର ମୋହନ ସେନାପତିଙ୍କ ଜୀବନୀ ଆଲୋଚନା ହୋଇଥିଲା l ସେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗନ୍ତ ଦେଇଥିଲେ l ସେ ହିଁ ରଚନା କରିଥିଲେ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ଛ’ ମାଣ ଆଠଗୁଣ୍ଠ, ପ୍ରଥମ ଜୀବନୀ ‘ଆତ୍ମ ଚରିତ’, ପ୍ରଥମ ଗଳ୍ପ ‘ରେବତୀ’, ଏବଂ କବିତା ସମୂହ l ଜମିଦାରଙ୍କ ଅତ୍ୟାଚାର, ମଠାଧୀଶ ବାବାଙ୍କ ଭଣ୍ଡାମୀ, ବ୍ୟଭିଚାର, ଗୁଣିଗାରେଡି, ଝାଡ଼ଫୁଙ୍କ ବିଦ୍ୟା ଦ୍ୱାରା ଠକାମୀ, ମଦ୍ୟପାନ, ସମାଜର ବଡ଼ପଣ୍ଡା ଦ୍ୱାରା ନିର୍ଯ୍ୟାତିତା ବିଧବାର ଯନ୍ତ୍ରଣା, ମରହଟ୍ଟା, ବର୍ଗୀ ମାନଙ୍କ ଉତ୍ପାତ ବିରୁଦ୍ଧରେ ଫକୀର ମୋହନ ସେନାପତି ବହୁ ରଚନା ସୃଷ୍ଟି କରିଯାଇଛନ୍ତି l ଅନ୍ଧ ଧାର୍ମିକତା, କୁସଂସ୍କାରକୁ ସେ ଦୃଢ଼ ସମାଲୋଚନା କରିଛନ୍ତି l ନାରୀ ଶିକ୍ଷା ଓ ସାମାଜିକ ଚଳଣିରେ ନାରୀ ମାନଙ୍କ ଯନ୍ତ୍ରଣାକୁ ସେ ନିଜ ଗଳ୍ପ ମାଧ୍ୟମରେ ସମାଜର ଦୃଷ୍ଟିକୁ ଆଣିଛନ୍ତି l ନୀତି ନୈତିକତା, ରୁଚି ସଂସ୍କୃତି, ମୂଲ୍ୟବୋଧର ଭିତ୍ତିରେ ସମାଜକୁ ଗଢିବାପାଇଁ ଫକୀର ମୋହନ ବହୁ ସାହିତ୍ୟ କୃତି ସୃଷ୍ଟି କରିଯାଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ ପଣ୍ଡା, ଜଟେଶ୍ୱର ସାବତ, ରାମଚନ୍ଦ୍ର ସାହାଣୀ, ବି. ଭଗବତୀ ରାଓ, ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ,ପି. ନାଗେଶ୍ୱର ରାଓ, କାନ୍ହୁ ଚରଣ ପାତ୍ର, ଜୟ କୃଷ୍ଣ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ରଂଜିତ କୁମାର ସାମନ୍ତରାୟ, ଗଗନ ଚନ୍ଦ୍ର ମଲ୍ଲିକ, ପ୍ରଶାନ୍ତ କୁମାର ପଣ୍ଡା, ଅଳକା ନାଥ ମିଶ୍ର, ପି. କ୍ରିଷ୍ଣା ରେଡ୍ଡୀ, ସୁବାଷ ଚନ୍ଦ୍ର ମିଶ୍ର, ଅଶୋକ ଦଳାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିରେନ କୁମାର ବେହେରା, ବିଜୟ ଚନ୍ଦ୍ର ବିଶୋଇ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ପୂଜ୍ୟ ପୂଜା ସମିତିର ସମ୍ପାଦକ ଏସ. ସାମ୍ବଶିବା ରାଓ ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ