ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସଭାପତି କୃତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବ୍ୟାସ କବିଙ୍କ ସାହିତ୍ୟିକ କୃତି ସମେତ ତାଙ୍କର ଜୀବନୀ ତଥା ବିଭିନ୍ନ କାର୍ଯ୍ୟାକଳାପ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା I ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଉପଦେଷ୍ଟା ମନୁନନ୍ଦ ପତି, ଜଗବନ୍ଧୁ ଜେନା,ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ଅଧ୍ୟାପିକା ସୁଜାତା ସିଂ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ବରିଷ୍ଠ ସଦସ୍ୟ ଅଜିତ ତ୍ରିପାଠୀ, ଅଶୋକ ସାହୁ, ଅନୁପମ ବାନାର୍ଜୀ, ଅଧ୍ୟାପକ ଅଶୋକ ସ୍ୱାଇଁ, ରୀତାରାଣୀ ମହାପାତ୍ର,ସୁବାଷ ଚନ୍ଦ୍ର ତାରିଣୀ, ରବି ନାରାୟଣ ମହାନ୍ତୀ, ଡାକ୍ତର ଗାୟତ୍ରୀ ସାହୁ,ଡାକ୍ତର ସିମାଞ୍ଚଳ ପତି , ସନ୍ତୋଷତିଆଡି ପ୍ରମୁଖ ବ୍ୟକ୍ତି ବିଶେଷ I ପବିତ୍ର ମକର ସଂକ୍ରାନ୍ତୀ ଅବସରରେ ମକର ଚାଉଳ ବଣ୍ଟନ କରାଯିବା ପରେ ସଂଗଠନ ସଂପାଦକ ବିଶ୍ୱମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ I


