ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ଦଆଚ୍ଛା ସଂଗଠନ

ଦୂଷିତ ଜଳକୁ ବ୍ୟବହାର କରିବା ସଙ୍ଗେସଙ୍ଗେ ଆନେକ ରୋଗରେ ସ୍ୱୀକାର ହେଉଛନ୍ତି । ଏତଦ୍ବ୍ୟତିତ୍ ଏଠାରେ ଡ଼୍ରେନେଜ୍ ସିଷ୍ଟମ ମଧ୍ୟ ନାହିଁ ଯାହା ଦ୍ୱାରା ଗ୍ରାମବାସୀ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଜଳ ସବୁ ପୋଖରୀ ମଧ୍ୟକୁ ଯାଉଛି । ଏଠାରେ ଅନେକ ଆବର୍ଜନା କୁଣ୍ଡ ବା ଖାତ ଡ଼ବା ଅଛି କନ୍ତୁ ଏହା ଠିକ୍ ସମୟରେ ଏଥିରୁ ମଇଳା ଓ ଅଳିଆ କଢ଼ାଯାଇନାହିଁ । ଯାହାଦ୍ୱାରା ଏଠାରେ ମଶା ମାନଙ୍କର ଅବିର୍ଭାବ ବଢ଼ିବାରେ ଲାଗିଛି । ପାନ୍ୟ ଜଳର ସମସ୍ୟା ମଧ୍ୟ ଦିନକୁ ଦିନ ଜଟିଲ ହେବାରେ ଲାଗିଛି । ପାଣି ଠୁପେ ପାଇଁ ହନ୍ତସନ୍ତ ହେଉଛନ୍ତି ଏଠାକାର ଜନସାଧାରଣ । ତୁରନ୍ତ ଉକ୍ତ ବଡ଼ଖୁଆ ପୋଖରୀଟିକୁ ପରିଷ୍କାର କରାଇବା ସଙ୍ଗେସଙ୍ଗେ ନାଳର ବ୍ୟବସ୍ଥା କରାଇ ଦୈନନ୍ଦିନ ବ୍ୟବହାର ହେଉଥିବା ମଇଳା ପାଣିକୁ ନିଷ୍କାସନ କରିବା ସଙ୍ଗେସଙ୍ଗେ ଏଠି ଅଳିଆ ଡ଼ମାକୁ ପରିଷ୍କାର କରାଇବା ଏବଂ ଯଥାଶୀଘ୍ର ପାନୀୟ ଜଳ ପାଇଁ ଡ଼ବା ବସାଇବାକୁ ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏତଦ୍ବ୍ୟତୀତ ବାଲେଶ୍ୱର ଟାଉନର ନିଷ୍କାସିତ ଜଳ ମହା ନାଳକୁ ଯିବା ସମୟରେ ନାଳରେ ପ୍ରୋଟେକ୍ସନ୍ ୱାଲ ନଥିବାରୁ ଏହା ପାଇଁ ସାଧାରଣ ଜୀବନରରେ ଲୋକମାନେ ଦୂଷିତ ଜଳ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିପାଇଁ ଏକ ପ୍ରୋଟେକ୍ସନ୍ ୱାଲ ବ୍ୟବସ୍ଥା କଲେ ସାଧାରଣ ଜୀବନରେ ଲୋକମାନେ ଉପକୃତ ହୋଇପାରିବେ । ବର୍ଷା ଦିନ ଆସିଯାଇଥିବାରୁ ସାଧାରଣ ଲୋକଙ୍କ ଘରର ପାଣି କିପରି ଠିକ୍ ଭାବେ ନାଳ ପର୍ଯ୍ୟନ୍ତ ଏବଂ ସଂପୂର୍ଣ୍ଣ ନାଳକୁ ସଫା କରାଇବା ପାଇଁ ଆଦେଶ ନାମା ପ୍ରଦାନ କରାଗଲେ ସାଧାରଣ ଜୀବନରେ ଲୋକମାନେ ଉପକୃତ ହେବେ ବୋଲି ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଏଥିରେ ସଂଗଠନ ର ସଭାପତି ବିସ୍ମିତ୍ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଉପଦେଷ୍ଟା କାର୍ତ୍ତିକ ମାଝୀ, ସରିତା ସାହୁ, ଶାନ୍ତନୁ ମାଝୀ, ଉପସଭାପତି ବିନୋଦ କୁମାର ମାଝୀ, ଅଜୟ ବିଶ୍ୱାଳ, କିଶୋର ନାୟକ, ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ଦୀପକ ନାଥ, ସଂଯୋଜକ ରାକେଶ ଶିଅଳ, ଦୀପୁ ରାଉତ୍, ଅଜିତେସ୍ ଜେନା, ସୁଭ୍ର ଶେଖର ପାତ୍ର, ଭଗୀରଥ ମାଝୀ, ଦୀଲ୍ଲିପ୍ ସେନ୍, ଅଭିମନ୍ୟୁ ଗଙ୍ଗେଇ, ଗଣେଷ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ