ବଡ଼ମେଡିକାଲରେ କାର୍ଯ୍ୟରତ ଗ୍ରୁପ “ଡି’ କର୍ମଚାରୀଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ

ବ୍ରହ୍ମପୁର,:ବ୍ରହ୍ମପୁର ବଡ଼ ମେଡିକାଲରେ କାର୍ଯ୍ୟରତ ଗ୍ରୁପ ଡ଼ି’ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ସହ ବର୍ଦ୍ଧିତ ଓ ବକେୟା ଦରମା ଖୁବଶୀଘ୍ର ପ୍ରଦାନ କରାଯିବ ବେ।ଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଦୃଢ଼େ।କ୍ତି ପ୍ରକାଶ କରିଛନ୍ତି । ୨୦୦୦ ମସିହାରୁ ଛଟେଇ କର୍ମଚାରୀଙ୍କ ସମସ୍ୟା ସହିତ ଯେଉଁସବୁ ସମସ୍ୟା ରହିଛି ସେହିସବୁ ସମସ୍ୟା ଉପରେ ବିଭାଗୀୟ ପଦାଧିକାରୀ, ସଂଘ କର୍ମକର୍ତ୍ତା ଓ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ସମାଧାନ କରାଯିବ ବେ।ଲି ସାଂସଦ, ବିଧାୟକ ଓ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ଓଡ଼ିଶା ମେଡିକାଲ କର୍ମରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦେବା ଅବସରରେ ଉତ୍ତରରେ ଏହା କହିଥିଲେ । ସ୍ଥାନୀୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଅ ।ୟେ।ଜିତ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ବିଦାୟକାଳନ ସମ୍ବର୍ଦ୍ଧନା ସଭାରେ ୭୩ ଜଣ ଅବସରପ୍ରାପ୍ତ ମେଡିକାଲ କର୍ମଚାରୀଙ୍କୁ ଉପହାର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେ ।ଇଥିଲେ । ଅ।ୟେ।ଜିତ ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ଭେଷଜବିତ୍ ଡ଼ା. ପିସି ସାହୁ, ସଂଘର ଉପଦେଷ୍ଟା ରବି ରଥ, ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ, ଗଞ୍ଜାମ ସିକ୍ୟୁରିଟି ସର୍ଭିସ୍ର ପରିଚାଳନା ନିର୍ଦ୍ଦେଶକ ଟୁନା ପାଣିଗ୍ରାହୀ, କର୍ମଚାରୀ ସଂଘର ଅନ୍ୟତମ ଉପଦେଷ୍ଟା ପ୍ରଦୀପ ବେହେରା ପ୍ରମୁଖ ଯେ ।ଗଦେଇ ଉଦବେ ।ଧନ ଦେଇଥିଲେ । ସଭାରେ ରାଜ୍ୟ ସଂଘର ଉପସଭାପତି ସୁକାନ୍ତ ମୁଖୀ ଅଧ୍ୟକ୍ଷତା କରି କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ସମ୍ପାଦକ ଲାଲୁମେ।ହନ ବେହେରା ସମ୍ପାଦକୀୟ ରିପେ।ର୍ଟ ପାଠ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଏସ.ଅଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ବେହେରା, ସୁରେନ୍ଦ୍ର ନାୟକ, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଏଲ.ନିରଞ୍ଜନ ଦାସ, ରାଜେନ୍ଦ୍ର ରଥ, ସନାତନ ନାୟକ, ରାମ ଗୌଡ଼ ପ୍ରମୁଖ ପରି·ଳନାରେ ସହଯେ।ଗ କରିଥିଲେ । ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ସ୍ଥାୟୀ ଓ ଅସ୍ଥାୟୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ