ବଡ଼ ନଦୀରେ ଭାସିଯାଇ ବାର ବର୍ଷର ବାଳକ ନିଖୋଜ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତ ଅନ୍ତର୍ଗତ ବଲାଡ଼ି ଗ୍ରାମର ଏକ ବାର ବର୍ଷର ବାଳକ ବଡ଼ ନଦୀରେ ଭାସିଯାଇ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ବଲାଡ଼ି ଗ୍ରାମର ସୁଶାନ୍ତ ଗୌଡ଼ାଙ୍କ ପୁଅ ପ୍ରଶାନ୍ତ ଗୌଡ଼(୧୨) ବୁଧବାର ଅପରାହ୍ଣ ୪ ଘଣ୍ଟା ସମୟରେ ଚାରି ଜଣ ସାଙ୍ଗଙ୍କ ସହ ନିକଟସ୍ଥ ବଡ଼ ନଦୀକୁ ଗାଧୋଇବା ପାଇଁ ଯାଇଥିଲା I ଗାଧୋଇବା ସମୟରେ ସେ ନଦୀ ଜଳରେ ଭାସି ଯାଇଥିଲା I ସେ ଭାସିଯିବା ଦେଖି ଅନ୍ୟ ସାଙ୍ଗ ମାନେ ଭୟରେ ଘରକୁ ଫେରି ଆସି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ I ପ୍ରଶାନ୍ତ ରାତି ଆଠଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ପ୍ରଶାନ୍ତକୁ ନପାଇବା ପରେ ତା ସାଙ୍ଗରେ ଗାଧୋଇ ଯାଇଥିବା ସାଙ୍ଗ ମାନଙ୍କୁ ବାରମ୍ବାର ପଚାରିବାରୁ ସେମାନେ ପ୍ରଶାନ୍ତ ଭାସିଯାଇଥିବା କଥା ପ୍ରକାଶ କରିଥିଲେ I ଘଟଣା ସମ୍ପର୍କରେ ବେଲଗୁଣ୍ଠା ଅଗ୍ନିଶମ ବାହିନୀ ଖବର ପାଇ ଓଆଇସି ବିଶ୍ଵମ୍ବର ରାଓଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଉଲ୍ଲାସ କୁମାର ସ୍ୱାଇଁ, ଅମୀର୍ କଟାୟତ,ଅଶୋକ କୁମାର ବେହେରା,ଆର୍ଯ୍ୟ କୁମାର ବାରିକ, ରଜନୀକାନ୍ତ ପରିଡ଼ା ପ୍ରମୁଖ ରାତିରେ ଦୀର୍ଘ ସମୟ ଯାଏଁ ପ୍ରଶାନ୍ତକୁ ଖୋଜିଥିଲେ ମଧ୍ୟ ତାର କୌଣସି ପତ୍ତା ପାଇନଥିଲେ I ଆଜି ସକାଳ ଦଶଟାରୁ ତିନି ଘଣ୍ଟା ତିରିଶ୍ ମିନଟ୍ ସମୟ ପର୍ଯ୍ୟନ୍ତ୍ ବୋଟ୍ ସାହାଯ୍ୟରେ ବଡ଼ ନଦୀ ଭିତରେ ବଲାଡ଼ି ଠାରୁ ମାଧବରୀଡା ପର୍ଯ୍ୟନ୍ତ ଖୋଜା ଯାଇଥିଲେ ମଧ୍ୟ ବାର୍ତ୍ତମାନ ସୁଦ୍ଧା ପ୍ରଶାନ୍ତକୁ ଠାବ କରାଯାଇପାରିନଥିବାରୁ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି I ପ୍ରକାଶ ଥାଉକି ପୂର୍ବରୁ ସୁଶାନ୍ତ ନିଜର ସ୍ତ୍ରୀ ଛୁଆକୁ ପୂର୍ବରୁ ସୁରଟ୍ ରେ ରହୁଥିବା ବେଳେ ଗତ ଲକ୍ ଡ଼ାଉନ୍ ସମୟରେ ଗାଆଁକୁ ଫେରି ଆସିବାରୁ ସୁଶାନ୍ତଙ୍କ ପୁଅ ଝିଅ ବଲାଡ଼ି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଥିଲେ I ପ୍ରଶାନ୍ତ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ