ବଡ଼ ପରଦାରେ ଆୟୁଷ୍ମାନ-ଭିକ୍କି ଟକ୍କର

ଶୁକ୍ରବାର ବଡ଼ ପରଦାରେ ଭିକ୍କି କୌଶଲଙ୍କ ଫିଲ୍ମ ‘ଭୂତ: ପାର୍ଟ ୱାନ୍‌ ଦ ହଣ୍ଟେଡ୍‌ ଶିପ୍‌’ ଓ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ରିଲିଜ୍‌ ହୋଇଛି। ‘ଭୂତ’ ସିନେମାର ନିର୍ଦେଶନା ଭାନୁ ପ୍ରତାପ ସିଂ ଦେଇଛନ୍ତି। ଏହି ସିନେମାରେ ଭିକ୍କିଙ୍କ ବ୍ୟତୀତ ଭୂମି ପେଦନେକର ଓ ଆଶୁତୋଷ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର କ୍ଲାସ୍‌ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ସହିତ ମୁହାଁମୁହିଁ ହୋଇଛି। ତେଣୁ ‘ଭୂତ’ ପ୍ରଶଂସକଙ୍କୁ କେତେ ମାତ୍ରାରେ ଇମ୍ପ୍ରେସ୍‌ କରୁଛି, ତାହା ଦେଖିବାକୁ ବାକି ରହିଲା।
ଭିକ୍କିଙ୍କ ପାଇଁ ଏହି ଫିଲ୍ମ କରିବା ବହୁତ ଚ୍ୟାଲେଞ୍ଜିଂ ଥିଲା। ଏଥିପାଇଁ ଭିକ୍କି ଅଣ୍ଡରୱାଟର ଶୁଟିଂ ମଧ୍ୟ କରିଥିଲେ। ଏହି ଅଣ୍ଡରୱାଟର ଶୁଟିଂ ପୂରା ୫ ଦିନ ଯାଏ ହୋଇଥିଲା। ଏହି ଫିଲ୍ମର କାହାଣୀ ଏକ ହଣ୍ଟେଡ୍‌ ଶିପ୍‌ ଉପରେ ଆଧାରିତ। ଯାହା ଦିନେ ଅଚାନକ ମୁମ୍ବାଇର ଏକ ବିଚ୍‌ରେ ଲାଗିଛି। ଏହି ଜାହାଜରେ ଜଣେ ହେଲେ ବି ଲୋକ ନ ଥିଲେ। ସୂଚନାଯୋଗ୍ୟ ଯେ ଏହି ସିନେମାଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି।
ସେହିପରି ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ରେ ଆୟୁଷ୍ମାନଙ୍କ ସହିତ ଜିତେନ୍ଦ୍ର କୁମାର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେମାନେ ଏକ ଗେ’ କପଲ ଭାବେ ଅଭିନୟ କରିଥିବାବେଳେ ଗଜରାଜ ରାଓ, ନୀନା ଗୁପ୍ତା, ସୁନୀତା ରଜୱାର, ମାନଭୀ ଗାଗରୁ ଓ ପଙ୍ଖୁଡ଼ି ଅୱସ୍ଥି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ନେଇ ଜବରଦସ୍ତ ମାହୋଲ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ଜିତେନ୍ଦ୍ର ଓ ଆୟୁଷ୍ମାନ ରୋମାନ୍ସ କରୁଥିବା ଓ ପ୍ରେମ ପାଇଁ ଦୁନିଆ ସହିତ ଲଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦେଶନା ହିତେଶ କେଭଲ୍ୟା ଦେଇଛନ୍ତି। ଏଥିରେ ଆୟୁଷ୍ମାନ ଓ ଜିତେନ୍ଦ୍ର ପରସ୍ପରକୁ ଲିପ୍‌ କିସ୍‌ କରିଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଦର୍ଶକଙ୍କଠାରୁ ଏହି ସିନେମାକୁ କ’ଣ ପ୍ରତିକ୍ରିୟା ମିଳୁଛି, ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ