ବଡ଼ ହେବ ପିସିଙ୍କ ପରିବାର !
ପ୍ରିୟଙ୍କା ସବୁବେଳେ ନିକ୍ଙ୍କ ସହିତ ରହିବାକୁ ଚାହାନ୍ତି ଓ ସବୁକାମ ସାଙ୍ଗ ହୋଇ କରିବାକୁ ବି ଚାହାନ୍ତି ।
ଶୀର୍ଷକଟି ପଢ଼ କିଛି ବୁଝିପାରିଲେ ନା ନାହିଁ ? ଦେଶୀଗର୍ଲ ପ୍ରିୟଙ୍କା ଚାପ୍ରା ଅର୍ଥାତ୍ ପିସି ମା’ ହେବାକୁ ଯାଉଛନ୍ତି- ଏ କଥା ଆପଣଙ୍କ ମନକୁ ଆସିଲା କି? ତା’ହେଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ନୁହନ୍ତି । ଆପଣଙ୍କ ଭାବିବାଟା ପାଖାପାଖି ଠିକ୍ । ଯଦିଓ ପିସି ମା’ ହେବାକୁ ଯାଉ ନାହାନ୍ତି, ତେବେ ସେ ମା’ ହେବା ପାଇଁ ମନ ବଳାଇ ସାରିଲେଣି । ସେ ଦେଇଥିବା ମନ୍ତବ୍ୟରୁ ତ ଏହା ବୁଝାପଡ଼ୁଛି । ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ପରିବାର ଖୁବ୍ଶୀଘ୍ର ବଡ଼ ହେବ । ଯେତେବେଳେ ତାଙ୍କୁ ୧୨ ବର୍ଷ ହାଇଥିଲା ସେବଠାରୁ ସେ ମା’ ହେବାକୁ ଉତ୍ସୁକ ଅଛନ୍ତି । ଛୁଆମାନଙ୍କୁ ସେ ଖୁବ୍ ଭଲ ପାଆନ୍ତି । ସେ ସବୁବେଳେ ଜନନୀ ହେବାର ସ୍ୱପ୍ନ ଦେଖୁଥିଲେ । ଆଉ ଯେତେବେଳେ ବି ସମୟ ଆସିବ ସେମିତି ହିଁ ହେବ । ଗତ ବର୍ଷ ଡିସେମ୍ବର ମାସରେ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍ ଜୋନାସ୍ଙ୍କୁ ବାହା ହୋଇଥିଲେ । ବାହାଘର ପରଠାରୁ ସେ ବେଶ୍ ଖୁସି ଅଛନ୍ତି । ବାହାଘର ପରେ ତାଙ୍କ ଜୀବନ ଏକ ପ୍ରକାର ସନ୍ତୋଷ ବା ତୃପ୍ତିରେ ଭରିଯାଇଛି ବୋଲି ସେ କହିଛନ୍ତି । ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ବି ଦୁଇ ସପ୍ତାହରେ ଥରେ ସେମାନେ ପରସ୍ପରକୁ ଭେଟନ୍ତି ବୋଲି ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ପ୍ରିୟଙ୍କା ସବୁବେଳେ ନିକ୍ଙ୍କ ସହିତ ରହିବାକୁ ଚାହାନ୍ତି ଓ ସବୁକାମ ସାଙ୍ଗ ହାଇ କରିବାକୁ ବି ଚାହାନ୍ତି । ତେବେ ସେ ଗୋଟିଏ କାମ ନିକ୍ଙ୍କ ସହିତ କରିବା ପାଇଁ ଚାହାନ୍ତି ନାହିଁ । ସେ ତାଙ୍କ ସହିତ ଗୀତ ଗାଇବାକୁ ଚାହାନ୍ତି ବୋଲି କହିଛନ୍ତି । କାରଣ ନିକ୍ଙ୍କ ସହିତ ଗୀତ ଗାଇବାର ସାହସ ତାଙ୍କଠାରେ ନାହିଁ ବୋଲି ପିସି କହିଛନ୍ତି । ସୂଚନାଯୋଗ୍ୟ, ଏଇ ଶୁକ୍ରବାର ପ୍ରିୟଙ୍କାଙ୍କ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ ରିଲିଜ୍ ହୋଇଛି । ଫିଲ୍ମଟି ପ୍ରଥମ ଦିନରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଆୟ କରିଛି । ପ୍ରାୟ ତିନି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା ବଲିଉଡକୁ କମ୍ବ୍ୟାକ୍ କରିଛନ୍ତି । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେ ଭାରତ ଆସି ପ୍ରାୟ ୧୫ ଦିନ ଧରି ଏହାର ପ୍ରମୋସନ୍ କରିଥିଲେ ।


