ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ବୃଦ୍ଧିପାଇଛି ତୈଳ ଦର । ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୪୦ ଡଲାର ବଢ଼ିବାରୁ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧିପାଇଛି । ସୂଚନାଯୋଗ୍ୟ, ଲକଡାଉନ୍ ବେଳେ ଅଶୋଧିତ ତେଲର ଦାମ କମିଥିଲା । ହେଲେ ସରକାର ଦରରେ କୌଣସି ପରିବର୍ତ୍ତନ କରିନଥିଲେ । ଏବେ ୮୦ ଦିନ ପରେ ଅଏଲ ମାର୍କେଟିଂ କମ୍ପାନୀ ତେଲର ମୂଳ ଦରରେ ପରିବର୍ତ୍ତନ କରିଛନ୍ତି । ଅନ୍ତିମ ଥର ମାର୍ଚ୍ଚ ୧୬ରେ ତେଲ ଦର ପରିବର୍ତ୍ତନ ହୋଇଥିଲା । ଏହା ପରେ ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି କରିବାକୁ ଯାଇ ଭାଟ ଦର ବୃଦ୍ଧି କରିଥିଲେ । ଗତ ମାସରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲରେ ୧୦ ପଇସା ଭାଟ୍ ଏବଂ ଡିଜେଲରେ ୧୩ ପଇସା ଭାଟ୍ ବୃଦ୍ଧି କରିଥିଲେ ।