ବଢ଼ୁଛି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତି ରେ ବଢୁଥିବାରୁ ପ୍ରଶାସନ ତରଫରୁ ସଟଡାଉନ୍ ଘୋଷଣା କରାଯାଇଛି ଏବଂ ଭଞ୍ଜନଗର ସହର ରେ ମାସ୍କ ଏବଂ ଯାନବାହାନ ଚେକିଂ ଜୋରଦାର କରାଯାଇଛି l ଭଞ୍ଜନଗର ଥାନା ପାଖରେ ପୋଲିସ ରହି ଚେକିଂ କରି 100ରୁ ଉର୍ଦ୍ଧ ଅମାନିଆ ବାଇକ ଚାଳକଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ରଖିବା ସହିତ ସେମାନଙ୍କ ଠାରୁ 30 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି l ସେହିପରି ପରିବାମାର୍କେଟ ଛକ ରେ ପ୍ରଶାସନ ତରଫରୁ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଏବଂ ଏନ୍ ଏ ସି କର୍ମଚାରୀମାନେ ମଧ୍ୟ ଅମାନିଆ ବାଇକ ଚାଳକଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ