ବଢ଼ୁଛି ଜିତୁଙ୍କ ଲୋକପ୍ରିୟତା

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍) ଗ୍ରୀଷ୍ମ ପ୍ରବାହ ଯେତିକି ଉତ୍ତପ୍ତ ହେଉଛି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି । ଭାରତୀୟ ଜନତା ପାର୍ଟିକୁ ଛାଡ଼ିଦେଲେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ପାଇଁ ଅନ୍ୟଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନଥିଲେ ମଧ୍ୟ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ପ୍ରଚାର ଜୋର ଧରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଭୋଟରଙ୍କ ଗହଳି ତାଙ୍କ ବାସଭବନରେ ଦେଖିବାକୁ ମିଳୁଛି । ବିଜେଡିରେ ମିଶିଲା ପରେ ବିଜୁ ଯୁବବାହିନୀ, ମହିଳା, ବରିଷ୍ଠ ନାଗରିକ ଜିତୁଙ୍କ ବାସଭବନକୁ ଯାଇ ବିଧାୟକ ପାର୍ଥୀହେଲେ ନିସର୍ତ୍ତ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଜିତୁମିତ୍ରଙ୍କ ବ୍ୟକ୍ତିଗତ ସମର୍ଥକ, ଶୁଭେଚ୍ଛୁ, ଶୁଭାକାଙ୍ଖୀ ଓ ବିଜୁ ଜନତା ଦଳର କର୍ମୀ ମଧ୍ୟ ସମର୍ଥନ କରି ନିର୍ବାଚନରେ ନିଶ୍ଚିତ ବିଜୟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ