ବୟସର ବ୍ୟବଧାନ ୪୫ ବର୍ଷ, କିନ୍ତୁ ସୁଖୀ ଦମ୍ପତି
ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି । ହେଲେ ଏହାକୁ ଭୁଲ୍ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି ଷ୍ଟିଫନି ଏଣ୍ଡରଶନ ଓ ତାଙ୍କ ସ୍ୱାମୀ ଡୋନ୍ ୱେପ୍ଲର । ଡୋନ୍ଙ୍କୁ ଯେତେବେଳେ ୬୯ ବର୍ଷ ଷ୍ଟିଫନିଙ୍କୁ ସେତେବେଳେ ୨୪ ବର୍ଷ । ହେଲେ ଦୀର୍ଘ ୪ ବର୍ଷ ଧରି ଏମାନେ ଡେଟିଂ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ସମ୍ପର୍କକୁ ଷ୍ଟିଫନିଙ୍କ ପରିବାର ଲୋକେ ଗ୍ରହଣ କରୁ ନ ଥିବାବେଳେ ଶେଷରେ କିନ୍ତୁ ତାଙ୍କ ଜିଦ୍ ଆଗରେ ପରିବାର ସଦସ୍ୟ ହାର ମାନିଥିଲେ । ଆଉ ଉଭୟଙ୍କର ବିବାହ କରି ଦେଇଥିଲେ । ଷ୍ଟିଫନି କଲମ୍ବିଆର ଏକ ବାର୍ରେ କାମ କରୁଥିବା ସମୟରେ ଡୋନ୍ ସେତେବେଳେ ଜଣେ ଅବସରପ୍ରାପ୍ତ କଣ୍ଟ୍ରାକ୍ଟର ଭାବେ ସେଠାକୁ ଆସୁଥିଲେ । ସେହିଠାରେ ହିଁ ଡୋନଙ୍କ ପ୍ରେମରେ ପଡ଼ିଯାଇଥିଲେ ଷ୍ଟିଫାନି । ଏବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ବୋଲି ସେମାନେ କୁହନ୍ତି । ଆଉ ଏହାର ରାଜ୍ ହେଉଛି ଉଭୟେ ସବୁବେଳେ ଖୁସି ରୁହନ୍ତି ଓ ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖନ୍ତି । ଏବେ ଏହି ଦମ୍ପତିଙ୍କର ଗୋଟିଏ ପୁଅ ଥିବା ବେଳେ ସେ ହିଁ ତାଙ୍କ ଜୀବନର ସବୁକିଛି ବୋଲି ସେମାନେ ଧରି ନେଇଛନ୍ତି ।