ବୟସ୍କ ମାନେ କୋଭିଡ ପରୀକ୍ଷା କରାନ୍ତୁ
ଘୁ.ଉଦୟଗିରି, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲାରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି। ଅଧିକାଂଶ ଲୋକ ସଂକ୍ରମଣ ହୋଇ ସୁସ୍ଥ ହୋଇ ଫେରିଲେଣି। ଜିଲ୍ଲାରେ କୋଭିଡ ଡାକ୍ତର ଖାନା ପରିଚାଳନା ମଧ୍ୟ ସନ୍ତୋଷ ଜନକ ବୋଲି ସୁସ୍ଥ ହୋଇ ଫେରିଥିବା ରୋଗି କହିଲେଣି। କିନ୍ତୁ ପୂରୁଣା ରୋଗ ଯେଭଳି ଉଚ୍ଚ ରକ୍ତଚାପ, ଡାଇବେଟିସ, ଶ୍ୱାସ, କିଡନୀ,ହାର୍ଟ, ଭଳି ରୋଗୀ ଙ୍କ ପାଇଁ ବେଳେ ବେଳେ ଜଟିଳ ସମସ୍ୟା ସ୍ରୁଷ୍ଟି କରିବା ସହିତ, ଜିବନ ମଧ୍ୟ ନେଇ ସାରିଲାଣି। ତେଣୁ ସାଧାରଣ ଲୋକ ମାନେ ଭୟ ଭିତ ନହୋଇ ସ୍ୱଇଚ୍ଛାରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ ସହ ରିପୋର୍ଟ ଜାଣନ୍ତୁ। ଯାହା ଦ୍ବାରା ପୁରୁଣା ରୋଗ ଯେଭଳି ବିପି, ଡାଇବେଟିସ, ଶ୍ୱାସ, କିଡିନ, ହାର୍ଟ, ଭଳି ରୋଗି କଂସହିତ ବୟସ୍କ ଲୋକଙ୍କ ଚିକିତ୍ସା ରେ ଜଟିଳ ସମସ୍ୟା ସ୍ରୁଷ୍ଟି ହେବ ନାହିଁ।ତେଣୁ ପ୍ରଶାସନ ପକ୍ଷରୁ ଆଜି ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି ଯେ, ପୂର୍ବରୁ ଜଟିଳ ରୋଗରେ ଆକ୍ରାନ୍ତ ଥିବା ଥିବା ରୋଗି ଶିଘ୍ର କୋଭିଡ ପରୀକ୍ଷା କରାନ୍ତୁ, ପଜିଟିଭ ଆସିଲେ ସେମାନଙ୍କ ନାମ ଗୋପନ ରଖାଯିବା ସହିତ, କମ୍ ଲକ୍ଷଣ, ଲକ୍ଷଣ ବିହୀନ ରୋଗି ନିଜ ନିଜ ଘରେ ସଂଗରୋଧରେ ରହି ପାରିବେ। ତେଣୁ ଗୁଜବ ରେ ବିଶ୍ବାସ ନକରି ସ୍ୱଇଚ୍ଛାରେ ଟେଷ୍ଟ ପାଇଁ ଆଗେଇ ଆସିଲେ ଜିଲ୍ଲା କରୋନା ମୁକ୍ତ ପାରିବ।