ବୟସ ୧୪ମାସ, ପିଉଛି ଦେଢ଼ ଲିଟର କଫି

ନୂଆଦିଲ୍ଲୀ: ଛୋଟପିଲାଙ୍କ ସ୍ୱାସ୍ଥ୍ୟର ପୋଷଣ ପାଇଁ କ୍ଷୀରର ଅନେକ ଆବଶ୍ୟକତା ରହିଛି । କିନ୍ତୁ ଇଣ୍ଡୋନେସିଆର ଯେଉଁ ଲୋକମାନଙ୍କ ଅର୍ଥାଭାବ ରହିଛି ସେମାନେ ତାଙ୍କ ପିଲାଙ୍କୁ କ୍ଷୀର ବଦଳରେ କଫି ପିଆଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଛୋଟ ପିଲାର ଏକ କାହାଣୀ ଭାଇରାଲ ହୋଇଛି । ପୋଲବଲି ମଂଦାରର ପଶ୍ଚିମ ସୁଲାବେସିରେ ସାଫିରୁଦ୍ଦିନ ଓ ଅନିତା ବସବାସ କରନ୍ତି । ତେବେ ସୋସିଆଲ ମିଡିଆରେ ସାଫିରୁଦ୍ଦିନ ଓ ଅନିତାଙ୍କ ୧୪ ମାସର ଶିଶୁ ହଦିଜାଙ୍କ କଫି ପିଆକୁ ନେଇ ଚର୍ଚ୍ଚା ହେଉଛି । ହଦିଜା ଦିନକ ଭିତରେ ଦେଢ଼ ଲିଟର କଫି ପିଇଥାଆନ୍ତି ।
ବାପା ସାଫିରୁଦ୍ଦିନ ଓ ମା’ ଅନିତା କହନ୍ତି, ହଦିଜା ଯେତେବେଳେ ଛଅମାସର ହୋଇଥିଲା ସେବେଠାରୁ ତାକୁ ଦିନକ ଭିତରେ ୫କପ୍ କଫି ଅର୍ଥାତ ଦେଢ଼ ଲିଟର କଫି ପିଆଇ ଆସୁଛୁ । କୋପି ତୁବ୍ରୁକ୍ ଇଣ୍ଡୋନେସିଆର କଫି, ଯାହା ବହୁତ ସାଧାରଣ ଓ ଶସ୍ତା ବି । ମୁଁ ଓ ମୋର ସ୍ୱାମୀ ନଡ଼ିଆ ବଗି·ରେ ପ୍ରତିଦିନ ଶୁଖା ନଡ଼ିଆ ବାହାର କରିବା କାମ କରିଥାଉ । ଏଥିରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ପ୍ରତିଦିନ ଶିଶୁକୁ କ୍ଷୀର କିଣି ଦେଇ ହୋଇ ନଥାଏ । ତେଣୁ କଫି ପିଆଇ ହଦିଜାକୁ ଶୁଆଇଥାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ