ବୟାନ ରେକର୍ଡ ପାଇଁ କନିକା କପୁରଙ୍କୁ ପୁଲିସର ନୋଟିସ୍‍

ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ ବୟାନ ରେକର୍ଡ କରିବା ପାଇଁ ଲକ୍ଷ୍ନୌର ସରୋଜନୀ ନଗର ପୁଲିସ ସୋମବାର ତାଙ୍କ ଘରକୁ ଯାଇ ନୋଟିସ ଦେଇଛି । ସରୋଜନୀନଗର ଥାନାରେ ତାଙ୍କ ବିରୋଧରେ ଦିଆଯାଉଥିବା ଏତଲା ସମ୍ବନ୍ଧରେ ଏପ୍ରିଲ ୩୦ ସୁଦ୍ଧା ବୟାନ ଦେବାକୁ ନୋଟିସରେ ଦର୍ଶାଯାଇଛି । ସେ ବି ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ କନିକା ଏପ୍ରିଲ ୬ ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ନିଜ ପରିବାରର ଫଟୋ ଇନଷ୍ଟାଗ୍ରାମରେ ଛାଡ଼ି ସେ ନିଜ ବାବଦରେ ବୟାନ ଦେଇଥିଲେ । କନିକା ଲକ୍ଷ୍ନୌରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଥିଲେ । ତେବେ ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଯାଞ୍ଚ ପରେ ଯଦିଓ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା କିନ୍ତୁ ସେ ତାହା ନ ମାନି ଲକ୍ଷ୍ନୌ ଓ କାନପୁରରେ ପାର୍ଟିରେ ଭାଗ ନେଇଥିଲେ । ଏହି ସମାରୋହରେ କିଛି ଅଧିକାରୀ ଓ ନେତା ସାମିଲ ହୋଇଥିଲେ । ସରକାରଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ତାଙ୍କ ନାମରେ ଏତଲା ଦିଆଯାଇଥିଲା । ଏବେ ସେ ଘରକୁ ସୁସ୍ଥ ହୋଇ ଫେରିବା ପରେ ପୁଲିସ ତାଙ୍କ ଘରକୁ ଯାଇ ନୋଟିସ୍‍ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ