ବୟାଳିଶ ସମାଜ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସନ୍ଧ୍ୟାରେ “ବୟାଳିଶ କମ୍ୟୁନିଟି ୱେଲ୍‌ଫେୟାର ସୋସାଇଟି” ପକ୍ଷରୁ ଭୁବନେଶ୍ୱର ଉପକଣ୍ଠସ୍ଥ ଜୟପୁର ମେଳଣ ପଡ଼ିଆରେ ବୟାଳିଶ ସମାଜ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ପ୍ରାୟ ଦଶହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ମହୋତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ସମୀର ରଞ୍ଜନ ଦାସ, ବି.ଏମ୍‌.ସି. ମେୟର ସୁଲୋଚନା ଦାସ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦର ରାୟ, କର୍ପୋରେଟର ବିରଞ୍ôଚ ନାରାୟଣ ମହାସୂପକାର, ସରପଞ୍ଚ ଅନୀତା ସୁବୁଦ୍ଧି, କ୍ଷୀରୋଦ କୁମାର ପ୍ରଧାନ ଏବଂ ଜୟନ୍ତୀ ବିଶ୍ୱାଳ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଗବେଷକ ସନ୍ତୋଷ ତ୍ରିପାଠୀ, ଗବେଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ କଥାକାର ଅଜୟ ସ୍ୱାଇଁ ।ଉତ୍ସବର ପ୍ରାରମ୍ଭରେ ବୟାଳିଶ ଜାତିର ଆବହ ସଂଗୀତ, ବୃତ୍ତଚିତ୍ର ପ୍ରଦର୍ଶନ, ବୟାଳିଶ ସମାଜର ମୁଖପତ୍ର ରଣଗୋହିରୀ ଉନ୍ମୋଚନ ସହ ଗୋଟିପୁଅ, ରାଣୀହାଟ, ସଂକୀର୍ତ୍ତନ, ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ଶେଷ ଭାଗରେ ଅଭିଜିତ୍ ମଜୁମ୍‌ଦାରଙ୍କ ସଂଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ଏହି ମହୋତ୍ସବର ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଲକ୍ଷ୍ମୀଧର ମହାପାତ୍ର, ମହେଶ ନନ୍ଦ ଏବଂ ମାଧବାନନ୍ଦ ବେହୁରାଙ୍କୁ ଧଉଳି ସାମ୍ବାଦିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୟାଳିଶ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବୟାଳିଶ ଜାତିର ପ୍ରତିଭା ତଥା ଗୌରବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ କବି ଏବଂ ସାମ୍ବାଦିକ ଅକ୍ଷୟ ସ୍ୱାଇଁ, ବିବରଣୀ ପାଠ କରିଥିଲେ ସମ୍ପାଦକ ମନୋଜ ଖଟୁଆ, ସଦସ୍ୟ ଅଭିଭାଷଣ ରଖିଥିଲେ ଆଇନ୍‌ଜୀବୀ ସୂର୍ଯ୍ୟକାନ୍ତ ସାହୁ, ସମାଜସେବୀ ସନ୍ତୋଷ ବେହେରା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଆଇନ୍‌ଜୀବୀ ଲିଙ୍ଗରାଜ ପ୍ରଧାନ । ମଞ୍ଚ ସଞ୍ଚାଳନ ଦାୟିତ୍ୱରେ ଥିଲେ ଉଦ୍‌ଘୋଷିକା ସୁଲଗ୍ନା ରାଉତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ