ଭଂଜନଗର ଫୁଟବଲ ଦଳ ଫାଇନାଲରେ

ଛତ୍ରପୁର-: ସ୍ଥାନୀୟ ଷ୍ଟାଡିୟମ ପରିସରରେ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁରର ୟୁରୋ କିଡସ୍ ପ୍ରି ସ୍କୁଲର ମିଳିତ ଆନୁକୂଲ୍ୟରେ ଶକ୍ତି ଏଣ୍ଡ ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ରି ପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ପ୍ରଥମ ସେମିଫାଇନାଲ ମ୍ୟାଚ ଭଂଜନଗର ଫୁଟବଲ କ୍ଲବ ସହ ଦିଗପହଣ୍ଡି ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ। । ଏଥିରେ ଭଂଜନଗର ଫୁଟବଲ କ୍ଲବ ୨-୦ ଗୋଲରେ ଦିଗପହଣ୍ଡି ଫୁଟବଲ କ୍ଲବକୁ ହରାଇ ବିଜୟୀ ହେବା ସହିତ ଫାଇନାଲକୁ ପ୍ରବେଶ କରିଛନ୍ତି ।  ଆଜିର ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ଭଂଜନଗର ଫୁଟବଲ କ୍ଲବର ସନ୍ତୋଷଙ୍କୁ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥୀଭାବେ ଗଂଜାମ ପୁଲିସ ଜିଲ୍ଲାର (ହେଡକ୍ୱାର୍ଟର) ଡିଏସପି ଉତ୍କଳ କେଶରୀ ଦାସ ଯୋଗଦେଇ କ୍ରିଡା ବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥୀଭାବେ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷୀକ ତଥା ପୁରାତନ ଫୁଟବଲ ଖେଳାଳୀ ଡି.ଡି.ଗନ୍ତାୟତ, ଅଜୟ କୁମାର ମହାପାତ୍ର, ଏ.ରାବଣା ରାଓ, ଏଲ.କେ.ରାଓ ରେଡ୍ଡୀ, ପୂର୍ଣ୍ଣ ଚନ୍ଦ୍ର ବେହେରା, ବିଇଓ ଅଫିସର ବରିଷ୍ଠ କିରାଣୀ ରାମକୃଷ୍ଣ ମହାପାତ୍ର, ନବୀନ ବେହେରା, ଶତୃଘ୍ନ ନାହାକ, ପ୍ରସନ୍ନ ସାହୁ, ଦୁର୍ଗା ମାଧବ ସାହୁ, ରବିନ୍ଦ୍ର ଶତପଥୀ, ସନ୍ତୋଷ କୁମାର ଗୈାଡ, ବାଦଲ ପାଣ୍ଡି,ଏମ୍‌.ରବିନ୍ଦ୍ର ସେନାପତି , ଡି.ଗଣେଷ ରାଓ, ଏ.ମୋହନ ରାଓ, ଭେଙ୍କଟ ରାଓ ଦୋରା, ଅଜୟ ପରିଡା, ଏସ.ଶ୍ରୀନିବାସ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । । ଏହି ଟୂର୍ଣ୍ଣାମେଣ୍ଟ ଜାନୁୟାରୀ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୂର୍ଣ୍ଣାମେଣ୍ଟ ଦ୍ୱାରା ଛତ୍ରପୁର ଏବଂ ଗଂଜାମ ଜିଲ୍ଲାର ପୂରାତନ ଫୁଟବଲ ଖେଳାଳୀଙ୍କୁ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ