ଭଂଜନଗର ରେ ବିକ୍ରମ କେଶରୀ ଆରୁଖ ଙ୍କୁ ସମ୍ବର୍ଦ୍ଧନା
ଗତକାଲି ସନ୍ଧ୍ୟା ରେ ଗଞ୍ଜାମ ଜିଲ୍ଲା ଭଂଜନଗର ସହର ରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରୁ ବିପୁଳ ସଂଖ୍ୟା ରେ ବିଜୟୀ ହେବା ପରେ ବିଜୁ ଜନତା ଦଳ ସୁପ୍ରିମୋ ବିକ୍ରମ ଆରୂଖ ଙ୍କୁ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ଵ ଦେବା ପରେ ମନ୍ତ୍ରୀ ଆରୁଖ ଆଜି ନିଜ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ସହର ରେ ପହଂଚିଛନ୍ତି।ଏହି ଅବସର ରେ ଭଞ୍ଜନଗର ସହର ର ସମସ୍ତ ଜନ ସାଧାରଣ ଙ୍କ ସମେତ ବିଜେଡ଼ି ର କର୍ମୀ ଏବଂ ନେତା ମାନେ ମନ୍ତ୍ରୀ ଅରୁଖ ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଛନ୍ତି। ଭଞ୍ଜନଗର ନୂତନ ବସ୍ ଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଥିବା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନ ସାଧାରଣ ଙ୍କ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ ଅରୁଖ ।