ଭଂଜନଗର ସହାୟକ ଡ଼ାକ ଅଧୀକ୍ଷକଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ଓ ସଫେଈ ସାମଗ୍ରୀ ବଣ୍ଟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବୁଧବାର ଦିନ ଭଂଜନଗର ଡ଼ାକ ଉପଖଣ୍ଡ କାର୍ଯ୍ୟାଳୟ ତରଫରୁ ଭଂଜନଗର ବ୍ଲକ ଅଧୀନ ଲାଲସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ହରିଜନ ବହୁଳ ଗାଁ ଲାଲସିଙ୍ଗପଲ୍ଲୀ ଓ ଆଦିବାସୀ ବହୁଳ ଗାଁ ରାଜକୁଣ୍ଡପଲ୍ଲୀରେ ବହୁତ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ ସଫେଈ ପ୍ରସାଧନ ସାମଗ୍ରୀ ବଣ୍ଟନ କରାଯାଈଛି ସଟ ଡାଉନକୁ ଦୃଷ୍ଟିରେ ରଖି ସକାଳ ୧୧ ଘଣ୍ଟିକା ସୁଧା ସହାୟକ ଡ଼ାକ ଅଧୀକ୍ଷକ ନକୁଳ ବେହେରାଙ୍କ ନେତୃତ୍ଵରେ ଭଂଜନଗର ପ୍ରଧାନ ଡ଼ାକପାଳ ନିତ୍ୟାନନ୍ଦ ନାଥଶର୍ମା ଓ ଗ୍ରାମୀଣ ଡ଼ାକ କର୍ମଚାରୀ ସଂଘ ପୂର୍ବତନ ରାଜ୍ୟ ସଭାପତି ହରେକୃଷ୍ଣ ସାହୁ ଉପସ୍ଥିତ ରହି ଶତାଧିକ ପରିବାରକୁ ଚୁଡା, ଗୁଡ, ବିସ୍କୁଟ, ସାବୁନ ଆଦି ବଣ୍ଟନ କରିଛନ୍ତି ଏହି ଅବସରରେ ଦୁଈ ଜଣ ଓଭରସିଅର ଗୁଣ୍ଡିଚା ଗୌଡ଼ ଓ କୃଷ୍ଣଚନ୍ଦ୍ର ମଲ୍ଲିକ, ଭଂଜନଗର କଲେଜ ଉପଡାକପାଳ ମିହିର ପ୍ରସାଦ ପଟ୍ଟନାୟକ, ଭଂଜନଗର ପ୍ରଧାନ ଡ଼ାକଘରର କର୍ମଚାରୀ ତ୍ରିଲୋଚନ ପାତ୍ର, ଶମ୍ଭୁ ପ୍ରସାଦ ତ୍ରିପାଠୀ ଏବଂ ପୋଷ୍ଟମ୍ୟାନ ଶଙ୍କର ଗୌଡ଼ ଓ ରବୀନ୍ଦ୍ର କୁମାର ରଥ, ଡ଼ାକ ଭ୍ୟାନ ଚାଳକ କୁନା ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ପ୍ରକାଶ ଥାଉ କି, ଆସିକା ଡ଼ାକ ଅଧୀକ୍ଷକ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଡ଼ାକ ମଣ୍ଡଳ ଅଧୀନ ଭଂଜନଗର ଡ଼ାକ ଉପଖଣ୍ଡ, ଆସିକା ପୂର୍ବ ଡ଼ାକ ଉପଖଣ୍ଡ ଓ ଆସିକା ପଶ୍ଚିମ ଡ଼ାକ ଉପଖଣ୍ଡରେ ଏହି କାର୍ଯ୍ଯକ୍ରମ ପର୍ଯ୍ୟାୟ କ୍ରମେ ଚାଲୁ ରହିଛି ଭାରତ ସରକାରଙ୍କର ଅତ୍ୟନ୍ତ ଜରୂରୀ ଵିଭାଗ ଭାବେ ଡ଼ାକ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ଖୁବ ପ୍ରଶଂସା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ