ଭଂଜ ସେନା ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ହରତାଳ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରେଳ ବିକାଶ ପ୍ରତି ରେଳ ବିଭାଗର ଅଣଦେଖା ନେଇ ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଉଛି । ବିଶେଷତଃ ବାମନଘାଟୀ ଉପଖଣ୍ଡ ବାସୀ ଏବଂ ପଞ୍ଚପୀଢ ଉପଖଣ୍ଡବାସୀ ରେଳସେବା ଦିର୍ଘ ବର୍ଷ ଧରି ବଂଚିତ ହେଉଛନ୍ତି । ଏହାକୁ ନେଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ତଥା ମୟୂରଭଂଜର ସ୍ୱର ‘ଭଂଜସେନା’ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି । ଏସିଆ ମହାଦେଶର ପ୍ରଥମ ରେଳପଥ ଟାଟା -ବାଦାମପାହାଡ ହୋଇଥିଲେ ମଧ୍ୟ ଏହା ସେତିକିରେ ହିଁ ରହିଯାଇଛି । ଖଣିଖାଦାନ ଭରା ମୟୂରଭଂଜର ଜିଲ୍ଲାରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର କୋଟି ଟଙ୍କାର କଞ୍ଚା ଖଣିଜ ପଦାର୍ଥ ପରିବହନ କରୁଛି ଓ ରୟାଲଟି ମଧ୍ୟ ପାଉଛି ହେଲେ ମୟୁରଭଞ୍ଜ ର ରେଳ ବିକାଶ ପ୍ରତି ଆଖି ବୁଜି ଦେଉଛି । ରେଳ ବିକାଶ ହେଲେ ଅଂଚଳର ଆଦିବାସୀ ଓ ଅଧିବାସୀଙ୍କ ଅର୍ଥନୈତିକ ଅର୍ଥନୈତିକ ବିକାଶ ହେବ । ଭଂଜସେନା ପକ୍ଷରୁ ମୟୂରଭଂଜବାସୀଙ୍କ ରେଳ ବିକାଶର ମୁଖ୍ୟ ଦାବୀ ୧-ଗୋରୁମହିଷାଣୀ-ବାଙ୍ଗିରୀପୋଷୀ ୨-ବାଦାମପାହାଡ-କେନ୍ଦୁଝର ରେଳପଥ ଏବଂ୩-ଭଦ୍ରାଚଳମ ଖଡ଼ଗପୁର ଭାୟା କପ୍ତିପଦା-ଖ-ଉଦଳା-କପ୍ତିପଦା-ଶୁଳିଆପଥ ରେଳ ସଂଯୋଗୀକରଣ ନେଇ ହରାଇରଙ୍ଗପୁର ରେଳ ଷ୍ଟେସନରେ ହଡତାଳ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ମୁର୍ମୁ ଛକରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ରେଳ ଷ୍ଟେସନ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମୟୂରଭଂଜରେ ରେଳ ବିକାଶ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି କରିଥିଲେ ।ନହେଲେ ଆଗକୁ ଭଂଜସେନା ପକ୍ଷରୁ ତିବ୍ର ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ ବକ୍ତବ୍ୟରେ କହିଥିଲେ । ଏଥିରେ ଭଂଜସେନା ବରିଷ୍ଠ ନେତୃବୃନ୍ଦ ଶୁଭେନ୍ଦୁ ମହାନ୍ତି,ସୌମିତ ବଳ,ମହମ୍ମଦ ଗାନ,ଅଂଜନ ବରାଳ, ମୋହିତ ବିଶୋଇ,ଲକ୍ଷ୍ମଣ ଟୁଡୁ,ଶୁଭଂପଣ୍ଡା,ରାମଜାନ ବେଗ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।ପରେ ରାଇରଙ୍ଗପୁର ରେଳ ଷ୍ଟେସନ ମାଷ୍ଟର ବଳରାମ ମାଝୀଙ୍କୁ ଦକ୍ଷିଣପୂର୍ବ ରେଳପଥ ଡିଜିଏମଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ରେଳ ମିନିଷ୍ଟରଙ୍କୁ ଅବଗତ କରାଇବା ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।