ଭଂଶାଲୀଙ୍କ ଫିଲ୍ମରେ ନୂଆ ଯୋଡ଼ି

ଫିଲ୍ମ “ଇନ୍ଶାଆଲ୍ଲାହ’ ବନ୍ଦ ହେବା ପରେ ସଞ୍ଜୟ ଲୀଲା ଭଂଶାଲୀ ଆଉ ଏକ ଫିଲ୍ମ ତିଆରି କରିବା ପାଇଁ ଲାଗି ପଡ଼ିଲେଣି । ସୂଚନା ଅନୁଯାୟୀ, ଫିଲ୍ମଟିର ନାଁ ହେଉଛି “ଗଙ୍ଗୁବାଈ’ । ଏଥିରେ ସେ ଏକ ନୂଆ ଯୋଡ଼ିକୁ ପରଦା ଉପରକୁ ଆଣିବା ପାଇଁ ଯୋଜନା କରୁଛନ୍ତି ।
ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ କାର୍ତ୍ତିକ୍ ଆର୍ଯ୍ୟନ୍ଙ୍କୁ ଦେଖିବାକୁ ମିଳିବ ବାଲି ଜଣାପଡ଼ିଛି । ଫିଲ୍ମ “ପ୍ୟାର୍ କା ପଞ୍ଚନାମା'(୨୦୧୧)ରେ ଡେବ୍ୟୁ କରିଥିବା କାର୍ତ୍ତିକଙ୍କର ଏହା ପ୍ରଥମ ଫିଲ୍ମ ହେବ ଯେଉଁଥିରେ ସେ ଜଣେ ଆଗଧାଡ଼ି ଅଭିନେତ୍ରୀଙ୍କ ସହ କାମ କରିବେ । ଯଦି ଏହି ଖବର ସତ ହୁଏ ତେବେ “ଗଙ୍ଗୁବାଈ’ ଉଭୟ ଆଲିଆ ଓ କାର୍ତ୍ତିକ୍ଙ୍କର ଭଂଶାଲୀଙ୍କ ସହ ପ୍ରଥମ ଫିଲ୍ମ ହେବ ।
ସୂଚନାଯୋଗ୍ୟ, “ଗଙ୍ଗୁବାଈ’ ଲେଖକ ହୁସେନ୍ ଜୈଦିଙ୍କ ବହି “ମାଫିଆ କ୍ୱିନ୍ସ ଅଫ୍ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ । ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀ ଦେଖାଯିବ । ପୂର୍ବରୁ ଖବର ମିଳିଥିଲା ଯେ ଏହି ଫିଲ୍ମରେ ଭଂଶାଲୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେବାକୁ ଚାହୁଁଥିଲେ । ହେଲେ କୌଣସି କାରଣରୁ ପ୍ରିୟଙ୍କା ଏହି ଫିଲ୍ମରେ କାମ କରିବାକୁ ମନାକଲେ ।
ଆଲିଆ ବର୍ତ୍ତମାନ ନିଜ ପିତା ମହେଶ ଭଟ୍ଟଙ୍କ ଫିଲ୍ମ “ସଡ଼କ-୨’ରେ କାମ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଆଦିତ୍ୟ ରୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତୀତ ସେ କରଣ ଜାହରଙ୍କ “ବ୍ରହ୍ମାସ୍ତ୍ର’ରେ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ନଜର ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ