ଭଉଁରୀ ଯାତ୍ରା
ଶ୍ରୀକ୍ଷେତ୍ରେ ଭଉଁରୀ
ଜଳରେ ସ୍ଥଳରେ
ବଡଦାଣ୍ଡେ ନରେନ୍ଦ୍ରରେ,
ଚକେ ଅଖ ଯୋଖା
ରଥଖଳା ପରେ
ଜଳକ୍ରୀଡା ନରେନ୍ଦ୍ରରେ ।
ଜୀବନର ଚକ
ଆୟୁଷର ଅଖ
ଭିଡେ ଶରୀର ରଥକୁ,
ବୟାଳିଶ ଚକ
ଏକୋଇଶ ଅଖ
ଗଡାଏ ତିନି ରଥକୁ ।
ରହିଯାଅ ଦଣ୍ଡେ
ଚାହିଁ ବଡଦାଣ୍ଡେ
ଜଳ କ୍ରୀଡା ସରି ନାହିଁ,
ବାହାରେ ସରିଲେ
ଭିତରେ ଆରମ୍ଭ
ବୟାଳିଶ ଦିନ ଏହି ।
ବୟାଳିଶ ହେଲେ
ନିଦାଘ ସରିବ
ଆସିବ ବରଷା କାଳ,
ବୟାଳିଶ ଚକ
ଆଗକୁ ଗଡିବ
ଋତୁ ଚକ୍ରେ ଦେଇ ତାଳ ।
ଜଳ ସ୍ଥଳ ଋତୁ
ଦେବତା ମାନବ
ଏକ ଠାବେ ହେଲେ ମେଳି
ଭଉଁରୀ ଆରମ୍ଭ
ଭଉଁରୀ ସରିବ
ଶ୍ରୀକ୍ଷେତ୍ରେ ଭଉଁରୀ ଭଳି ।
😌😌😌😌😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


