ଭଉଣି ପରେ ଭାଇ ନିଖୋଜ ଜଙ୍ଗଲରୁ ଭାଇର ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ହାତ ବନ୍ଧା ଗଳାକଟା ଅବସ୍ଥାରେ ଜଣେ ଛେଳି ଚରାଳିର ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ (୨୨) ବୋଲି ଜଣାପଡ଼ିଛି।ଏନେଇ ମୃତ ସୁନୀଲର ମାଆ ଋବି ନାୟକ ପୁଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାପରେ ପାଟପୁର ପୋଲିସର ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ସୂଚନା ପ୍ରକାରେ, ଶନିବାର ସକାଳୁ ସୁନୀଲ ଛେଳି ମେଣ୍ଢା କୁହାଁର ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଚାରାଇବାକୁ ଯାଇଥିଲା । ମଧ୍ୟାହ୍ନ ସମୟରେ ମାଆ ଋବି ପୁଅ ପାଇଁ ଖାଇବା ଧରି ଜଙ୍ଗଲକୁ ଯାଇଥିବା ବେଳେ ପୁଅକୁ ଦେଖିପାରିନଥିଲେ । ଛେଳି ମେଣ୍ଢା ଚରୁଛନ୍ତି ନେଇଥିବା ତଲାରୀ ପଡ଼ିଥିବା ବେଳେ ପୁଅକୁ ନପାଇ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ନିରାଶ ହୋଇ ଘରକୁ ଫେରିଥିଲେ । ରବିବାର ସକାଳୁ ପୁଣିଥରେ ଗ୍ରାମବାସୀଙ୍କ ସହ ମାଆ ପୁଅକୁ ସେହି ଜଙ୍ଗଲରେ ଖୋଜିବା ସମୟରେ ହାତବନ୍ଧା ଗଳାକାଟିଏକ ଲୁଟା ବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥାନା କେସ୍ ନଂ ୬୧୦/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଅନ୍ୟପଟେ ମୃତ ଅନିଲ ର ଭଉଣି ଅନିତା ନାୟକ ଗତ କିଛି ଦିନ ତଳେ ନିଖୋଜ ଥିବା ପାଟପୁର ଥାନା ରେ ଅଭିଯୋଗ କରିଥିଲେ। ଭଉଣି ରେ ପତ୍ତା ମିଳିନାହିଁ କିନ୍ତୁ ଭାଇ ର ନିଖୋଜ ପରେ ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର ହେବା ଘଟଣା ସାନଖେମୁଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଅ ମୃତ୍ୟୁ ଏନେଇ ରୁବୀ ନାୟକ କହିଛନ୍ତିମୋ ପୁଅର କାହା ସହ ଶତ୍ରୁତା ନଥିବା ବେଳେ ପରିବାର ପ୍ରତି କିଏ କାହିଁକି ମାରିଛି ମତେ ନ୍ୟାୟ ଦେବା ସହ ଦୋଷୀକୁ ଦଣ୍ଡ ଦେବାପାଇଁ ପୋଲିସ କୁ ଅନୁରୋଧକରିଛନ୍ତି। ପୋଲିସ ମୃତଦେହକୁ ଜବତ ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିପାରିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


