ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ
ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡରେ ଭାଇ ଦୁଜ ପାଳନ କରାଯାଇଛି । ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ ସମଗ୍ର ଦେଶରେ ମଙ୍ଗଳବାର ହର୍ସଉଲ୍ଲାସରେ ଭାଇ ଦୁଜ ପାଳନ କରାଯାଇଛି । ଇତିମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ୟନ ଭଉଣୀ କୃତ୍ତିକାଙ୍କ ସହ ଭାଇ ଦୁଜ ମନାଇଛନ୍ତି । ଆଉ ଏହାର କିଛି ଫଟୋକୁ କାର୍ତ୍ତିକ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଗାଟିଏ ଫଟୋରେ କାର୍ତ୍ତିକ ଭଉଣୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଅନ୍ୟଟିରେ କୃତ୍ତିକା ତାଙ୍କୁ ଚନ୍ଦନ ଲଗାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ମଜା କଥା ହେଲା କାର୍ତ୍ତିକଙ୍କ କ୍ୟାପସନ । ଫଟୋ ଶେୟାର କରି ସେ କୃତ୍ତିକାଙ୍କୁ ଭାଇ ଦୁଜର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ଲେଖିଛନ୍ତି, ମା ଭଉଣୀ ପାଖରେ ବିଶ୍ୱର ସବୁଠାରୁ ଭଲ ଭାଇ ଅଛି, ଏହା ମୁଁ କହୁନାହିଁ ବରଂ ମୋ ଭଉଣୀ କୁହେ । ଏହି ଫଟୋ ଏବେ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।