ଭଏସ୍ ଅଫ କେନ୍ଦ୍ରାପଡା ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
କେନ୍ଦ୍ରାପଡା,(ଯୁଗାବ୍ଦ ନୁୃ୍ୟଜ୍) : କେନ୍ଦ୍ରାପଡାର ସ୍ୱାର୍ଥପାଇଁ ଜାତି,ଧର୍ମ,ବର୍ଣ୍ଣ ସଂମ୍ପ୍ରଦାୟ ନିର୍ବିଶେଷରେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମସ୍ତେ ଏକାଠି ହେବା ଉଚିତ୍ ବୋଲି ‘ଭଏସ୍ ଅଫ୍ କେନ୍ଦ୍ରାପଡା’ ପକ୍ଷରୁ ଆୟୋଜିତ “ନବ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସ୍ୱପ୍ନର କେନ୍ଦ୍ରାପଡା” ଶୀର୍ଷକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସହରର ଗୋଲଡେନ ପ୍ୟାଲେସ ହୋଟେଲ ପରିସରରେ ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭୂବନମୋହନ ଜେନା କେନ୍ଦ୍ରାପଡାର ଦାଦନ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଜିଲ୍ଲାରେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ କେନ୍ଦ୍ରାପଡାର ବିକାଶ ପାଇଁ ସମସ୍ତେ ଏକାଠି ଲଢିବା ଉଚିତ୍ ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । ଆଲୋଚନା ଚକ୍ରର ଅନ୍ୟତମ ବକ୍ତା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କେନ୍ଦ୍ରାପଡାରେ କୃଷି ଓ କୃଷକର ବିକାଶ ପାଇଁ ଲୋକ ପ୍ରତିନିଧିମାନେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । ତେବେ ଏହି ମାଟିର ବିକାଶ ପାଇଁ ଏକ ଜନ ଆନ୍ଦୋଳନର ଆବଶ୍ୟକକତା ରହିଛି ବୋଲି ଶ୍ରୀ ବେହୁରା ମତ ଦେଇଥିଲେ । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ଆଲୋଚନା ଚକ୍ରର ଅନ୍ୟତମ ଅତିଥିଭାବେ ଯୋଗଦେଇ ନିର୍ବାଚିତ ଲୋକ ପ୍ରତିନିଧିମାନେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି କାର୍ଯ୍ୟକରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଯୁବ ସମାଜ ସେବୀ ସୋଭନ୍ କୁମାର ଆଚାର୍ଯ୍ୟ,ମନୋଜ କୁମାର ନାୟକ ଓ ଆଶୀଷ କୁମାର ଦାସ ଆଲୋଚନାରେ ଅଂଶ ଗ୍ରହଣ କରି ଜିଲାରେ କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ପ୍ରଭୃତିର ବିକାଶ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ସମାଜ ସେବୀ ରଞନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରେନ୍ଦ୍ର ଦାସ,ମଳୟ କୁମାର ସାହୁ,ଗୌତମ ସାହୁ,ଶକ୍ତିକାନ୍ତ ପାତ୍ର,ଧ୍ରୃତି ରଞନ ବାରିକ,ବାବୁାଲାଲ ପଲାର୍ ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନା କରିଥିଲେ । ଶେଷରେ ଶକ୍ତିଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ ।