ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ କମ୍ବଳ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ ସନ୍ତୋଷ କୁମାର ପାଲଙ୍କ ନେତୃତ୍ୱରେ କଟକ ସହରର ବିଭିନ୍ନ ସ୍ଥାନରେ, ଯଥା କଲେଜ ଛକ, ରେଳ ଷ୍ଟେସନ, ଜଗତପୁର ଗୋଲେଇ ଛକ, ବଡ ମେଡିକାଲ ପରିସରରେ କମ୍ବଳ ବଣ୍ଟନ କରାଯାଇଛି । ଅତ୍ୟାଧିକ ଶୀତର ପ୍ରକୋପକୁ ଲକ୍ଷକରି ଅନୁଷ୍ଟାନ ତରଫରୁ ନିରାଶ୍ରୟ ଓ ବସ୍ତି ବାସିନ୍ଦାମାନଙ୍କୁ କମ୍ବଳ ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ ଲୋକମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡ. ଦ୍ୱୀପାୟନ ପଟ୍ଟନାୟକ, ତାରାନନ୍ଦ ପଟ୍ଟନାୟକ, ଶଶିଭୂଷଣ ବରାଳ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଅମିୟ କୁମାର ସାହୁ, ରିକୁ ବେହେରା, ଦେବାଶିଷ ସାହୁ, ରିଙ୍କୁ ମହାକୁଳ, ମିନାକ୍ଷୀ ପାଳ, ଅବିନାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଡ. ମନ୍ଦାକିନୀ ଦାସ, ଡ. ମମତା ଖଣ୍ଡାୟତରାୟ, ଡ.ସୁଶାନ୍ତ କୁମାର ଦାସ, ରେଣୁବାଳା ବାରିକ, ମୌସୁମି ପ୍ରଧାନ ଆଦି ସହଯୋଗ କରିଥିଲେ ।