ଭଏସ୍ ଫର୍ ଭଏସ୍ ଲେସ୍ ତରଫରୁ ସହିଦ ଦିବସ ପାଳନ

କଟକ, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ ଲେସ୍ ତରଫରୁ ଆଜି କଟକ ଜଗତପୁର ସ୍ଥିତ ଲକ୍ଷ୍ମିନାରାୟଣ ମହାବ୍ୟିାଳୟର ରାଜନୀତି ବିଭାଗରେ ସହିଦ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିତ ବିଭାଗର ଅଧ୍ୟାପିକା ସଂଘମିତ୍ରା ସାହୁ, ଇତିହାସ ବିଭାଗର ଅଧ୍ୟାପିକା ସୁଭାସିନି ସ୍ୱାଇଁ, ରାଜନୀତ ବିଭାଗର ଅଧ୍ୟାପକ ଅବିନାଶ ନାୟକ ଓ ବିଶ୍ୱଜିତ୍ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧିଜୀଙ୍କ ଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂଜା ଶର୍ମା, ଶିବୁ କୁମାର ସାହୁ, ମୋନାଲିସା ବେହେରା, ଲୋରିସ୍ମିତା ବାରିକ, ସାଧନା ଦାସ, କବିତା ସ୍ୱାଇଁ, ମିନାକ୍ଷୀ ପାଲ୍‌, ପୁଜା ଭୋଳ, ପୂଜାରାଣୀ ମିଶ,୍ର ବିଶ୍ୱନାଥ ଜେନା, ଆଶାରାଣୀ ରାଉତ, ଶୁଭାଶ୍ରୀ ନାୟକ ଯୋଗଦାନ କରି ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ (ସହିଦ ଦିବସ) ପାଳନ ଅବସରରେ ପୁଣ୍ୟାତ୍ମାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସର୍ବଶେଷରେ ସଂପାଦକ ଡ. ବିଭୂଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ