ଭକ୍ତଙ୍କୁ ନେଇ ଚର୍ଚ୍ଚାରେ ସିଦ୍ଧିବିନାୟକ ମନ୍ଦିର

ମୁମ୍ବାଇ:- ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଜଣେ ଭକ୍ତ ୩୫ କିଲୋର ସୁନା ଦାନ କରିଛନ୍ତି । ଏହାର ବଜାର ମୂଲ୍ୟ ପାଖାପାଖି ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରିଯାଉଛି । ଭାରତର ଅନ୍ୟତମ ଧନୀ ମନ୍ଦିର ହେଉଛି ସିଦ୍ଧିବିନାୟକ ମନ୍ଦିର । ଦାନ କରାଯାଇଥିବା ଏହି ସୁନାକୁ ମନ୍ଦିରର କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି । ଏଥିପାଇଁ ପ୍ରାୟ ୬ ମାସ ଲାଗିବ । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରିଥାନ୍ତି । କିନ୍ତୁ ଭକ୍ତଙ୍କ ନାମକୁ ସବୁବେଳେ ମନ୍ଦିର ପକ୍ଷରୁ ଗୋପନ ରଖାଯାଇଥାଏ । ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର ୩୫ କିଲୋ ସୁନା ଦାନ ନେଇ ସୂଚନା ଦେଇଛନ୍ତି, କିନ୍ତୁ ଦାନ ଦେଇଥିବା ଭକ୍ତଙ୍କର ପରିଚୟ ଦେବାକୁ ମନା କରି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ