ଭକ୍ତମଧୁ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ):ଭୁବନେଶ୍ୱରସ୍ଥ ଭକ୍ତମଧୁ ନଗରର ଭକ୍ତମଧୁ ଶିକ୍ଷାକେନ୍ଦ୍ରର ୨୫ତମ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହରେ  ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପୂର୍ବତନ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡାକ୍ତର ସେବା ମହାପାତ୍ର ମୁଖ୍ୟବକ୍ତା ଓ ଅନ୍ୟତମ ସମ୍ମାନିତ ଅତଥି ଭାବେ ଭାରତୀୟ ଶିକ୍ଷା ପରିଷଦ, ଓଡ଼ିଶାର ଟ୍ରଷ୍ଟି ତଥା ସହ ସମ୍ପାଦକ ଶ୍ରୀଯୁକ୍ତ ହରିହର ସାହୁ ଯୋଗଦେଇ ଭକ୍ତକବି ମଧୁସୂଦନ ରାଓଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଶିକ୍ଷାକେନ୍ଦ୍ରର ସ୍ମରଣିକାର ରଜତ ଜୟନ୍ତୀ ସଂସ୍କରଣ ‘ମଧୁରିମା’ ଉନ୍ମୋଚନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷାକେନ୍ଦ୍ରର ସମସ୍ତ ଆ·ର୍ଯ୍ୟ ଆ·ର୍ଯ୍ୟାମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ଓ ପ୍ରଧାନ ଆ·ର୍ଯ୍ୟ ଅଜୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ରବୀନ୍ଦ୍ର କୁମାର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ର ଆ·ର୍ଯ୍ୟା ମମତାମୟୀ ପଣ୍ଡା, ନିରୂପମା ସାମଲ ଓ ଶାନ୍ତିଲତା ସାହୁ ପରି·ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ