ଭକ୍ତିମୟ ପରିବେଶରେ ସମାପନ ହେଲା ମହାନଳାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ମହାନଳା ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ନବନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ୫ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଅଙ୍କୁରାରୋପଣ ବନଯାଗ କଳସ ଯାତ୍ରା ଦେବସ୍ନାନ ପ୍ରାଣ ପ୍ରତିଷ୍ଠା ନଗର ପରିକ୍ରମା ସହ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ନବ ନିର୍ମିତ ମନ୍ଦିରର ବିଜେ ଆସ୍ଥାନରେ ସ୍ଥାପିତ କରା ଯାଇଛି । ଅନୁଷ୍ଠିତ ଏହି ପାଞ୍ଚ ଦିବସୀୟ ଉତ୍ସବ ଆୟୋଜନ ଅବସରରେ ପ୍ରତ୍ୟହ ଜ୍ଞାନଯଜ୍ଞ ଘୃତଯଜ୍ଞ ଅନ୍ନଯଜ୍ଞା ସହ ଅଞ୍ଚଳ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ୨୪ ପ୍ରହର ନାମଯଜ୍ଞର ଆୟୋଜନ ହୋଇଥିଲା ।ଏହା ସହିତ ଉଦଯାପନୀ ଉତ୍ସବରେ ବିଶାଳ ଭକ୍ତ ସମାଗମରେ ଯଜ୍ଞ ପୂର୍ଣ୍ଣାହୁତି ସହ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ସନ୍ତୋଷ କୁମାର ପାଢୀଙ୍କ ଭାରତ ଲୀଳା ନାଟକ ସହ ଯିଉରା ଗ୍ରାମର ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିଲା ।ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସହୃଦୟ ଉପସ୍ଥିତି ପ୍ରତିଷ୍ଠା ମହୋତ୍ସବରେରସାଣିତ କାର୍ଯ୍ୟକ୍ରମରେ ଦୁଇଦିନ ଧରି ଯୋଗଦେଇଥିଲେ ।ଯଜ୍ଞ ପୁରୋହିତ ଭବାନୀଶଙ୍କର ତ୍ରିପାଠୀ ଓ ଗୁରୁକୃପା ପୂଜା ଅନୁଷ୍ଠାନର କର୍ମକାଣ୍ଡ ବିଶାରଦ ପୁରୋହିତଙ୍କ ସହ ଯଜ୍ଞକର୍ତ୍ତା ବାଳକୃଷ୍ଣ ଚୌଧୁରୀ, ଝୁନୁଲତା ଚୌଧୁରୀ ,ପଦ୍ମଲୋଚନ ପାଣିଗ୍ରାହୀ,ପ୍ରଭାସିନୀ ପାଣିଗ୍ରାହୀ, ଅଚ୍ୟୁତାନନ୍ଦ ଦାଶ ,ନିରୁପମା ଦାସ ଘୃତଯଜ୍ଞ ରେ ଯୋଗ ଦାନ କରିଥିଲେ। ମନ୍ଦିର କମିଟି ପକ୍ଷରୁ ତାରିଣୀଚରଣ ପାଣିଗ୍ରାହୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଆକୁଳଚନ୍ଦ୍ର ଚୌଧୁରୀ ବୃନ୍ଦାବନ ସାହୁ ରାମଚନ୍ଦ୍ର ସାହୁ ଗୋପୀନାଥ ସାହୁ ଏସ ପଦ୍ମନାଭ ଦୋରା ରାମକୃଷ୍ଣ ସାହୁ ସିମାଞ୍ଚଳ ବେହେରା, ଜି ସକ୍ଳେଶ୍ ଦୋରା,ଆଲୋକ ଚୌଧୁରୀ ଶୁଶାନ୍ତ କୁମାର ନାୟକ ସୁନିଲ କୁମାର ନାୟକ ଶିବଶଙ୍କର ପାଣିଗ୍ରାହି ,ରାଜେନ୍ଦ୍ର କୁମାର ଚୌଧୁରୀ,ଜି ଶ୍ରୀନିବାସ ଦୋରା ହରିହର ପାଣିଗ୍ରାହୀ ରଘୁନାଥ ଡାକୁଆଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଭ୍ୟ ସ୍ବେଛାସେବୀ ସଂଗଠନ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ