ଭକ୍ତିର ଶକ୍ତି ସଂକଳନ ଲୋକାର୍ପଣ ଉତ୍ସବ ଆଲୋଚନା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିବକ୍ତା ତଥା ଲେଖକ ରାଧାଚରଣ ନାୟକଙ୍କ ରଚିତ ଆଧାତ୍ମିକ ଭକ୍ତି ସଂକଳନ ଭକ୍ତିର ଶକ୍ତି ଲୋକାର୍ପଣ ଉତ୍ସବ ଓ ସାରସ୍ୱତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଂଜାମ ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିିଥିଭାବେ ଅବସରପ୍ରାପ୍ତ କୁଳପତି ଲେଖକ ରାଧାଚରଣ ନାୟକ ପ୍ରମୁଖ ଉପସ୍ଥିିତ ଥିଲେ ।କାର୍ଯ୍ୟକ୍ରମର ଆରମ୍ଭରେ ପୁଷ୍ପମାଲ୍ୟଅର୍ପଣ କରି ଉଦଘାଟନ କରିଥିଲେ । ବରିଷ୍ଠ ମହିଳା କବି ତଥା ଗାୟିକା ସ୍ୱର୍ଣ୍ଣପ୍ରଭା ପାଢୀ ସଂଗୀତ ଗାନ କରିଥିଲେ ।ଲେଖକ ମାନଙ୍କର ଲେଖା କିଭଳି ଭାବରେ ଯୁୁବ ପିଢି ଉପରେ ସୁପ୍ରଭାବ ପଡେ ତାହା ଉପରେ ଆଶା ପୋଷଣ କରିଥିଲେ ।ଏହି ସାରସ୍ୱତ ସମାରୋହରେ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ପ୍ରଫୁଲ ଚନ୍ଦ୍ର ମହାନ୍ତି,ପ୍ରାଧାପକ ରମେଶ ଚନ୍ଦ୍ର ତ୍ରୀପାଠୀ,ଉତ୍କଳ ସମ୍ମିଳନୀ ସଭାପତି ମନ୍ମଥ ପାଢୀ,ସମେତ ବହୁ କବି, ଲେଖକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଦେବପ୍ରସାଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ