ଭକ୍ତି ଓ ନିଷ୍ଠାର ସହିତ ଚାଲିଛି ମା ମଙ୍ଗଳାଙ୍କ ବାସନ୍ତିକ ଦୁର୍ଗାପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ରେ ଶୁକ୍ଳ ସପ୍ତମୀ ତିଥି ଠାରୁ ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଛି ।ଏହି ଅବସରରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବାସନ୍ତିକ ଦୁର୍ଗାପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବାସନ୍ତିକ ଦୁର୍ଗାପୂଜା ପାଇଁ ମନ୍ଦିର ରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମା ଙ୍କ ନିତୀ କାନ୍ତି ଅନୁଷ୍ଠିତ ହେଉଥିବାରୁ ମନ୍ଦିର କୁ ସର୍ବସାଧାରଣ ଙ୍କ ପ୍ରବେଶ ବନ୍ଦ ରହିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଦାଶ ସୂଚନା ଦେଇଛନ୍ତି।ଆଶ୍ୱିନ ମାସର ଷୋଡଶ ଉପଚାର ପୂଜାନୀତି ଭଳି ଚୈତ୍ରମାସ ର ଶୁକ୍ଳ ସପ୍ତମୀ,ଅଷ୍ଟମୀ, ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ମା ଙ୍କ ବାସନ୍ତିକ ପୂଜା ଅନୁଷ୍ଠିତ ହୋଇଥାଏ ବୋଲି କହିଛନ୍ତି ମା ଙ୍କ ସେବକ ତୁଷାର ରଞ୍ଜନ ଦିକ୍ଷୀତ । ସପ୍ତମୀ ତିଥି ରେ ମା ମଙ୍ଗଳା ସିଂହବାହିନୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ବୁଧବାର ଦିନ ମା କାତିଖର୍ପର ବେଶ ଓ ମହିଷା ମର୍ଦ୍ଧିନି ବେଶ ଓ ଶ୍ରୀ ରାମନବମୀ ଦିନ ଶାନ୍ତି ବେଶ, ଚନ୍ଦନ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ମା ଙ୍କ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ମା ଙ୍କ ଦର୍ଶନ ପାଇଁ ପ୍ରତିଦିନ ଅପରାହ୍ନ ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହୁଛି। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାସନ୍ତିକ ଦୁର୍ଗାପୂଜା ପାଇଁ ସମଗ୍ର କାକଟପୁର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ