ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):କଳା ସଂସ୍କୃତି ର ସହର ପାରଳାଖେମୁଣ୍ଡି ଜଗନ୍ନାଥ୍ ମନ୍ଦିର ନିକଟରେ କାର୍ତ୍ତିକ ମାସ ଉପଲକ୍ଷେ ଭକ୍ତି ପୁଷ୍ପାଞ୍ଜଳି ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଏଥିରେ ଆୟୋଜକ ଅନୁଷ୍ଠାନର ସଭାପତି ହରି ମୋହନ ପଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଦେବୀ ମଠ ମହନ୍ତ ମହାରାଜ ରାମାନନ୍ଦ ଦାସ ଉଦ୍ଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ପାରଳା ବିଧାୟକ କେ.ନାରାୟଣ ରାଓ ଓ ସମ୍ମାନୀତ ଅତିଥି ଭାବରେ ସାହିତ୍ୟକ ବିଚିତ୍ରାନନ୍ଦ ବେବର୍ତ୍ତା ଉପସ୍ଥିତ ରହି ଆୟୋଜକ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନ ର ସଂପାଦକ ହେମନ୍ତ ପଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଉପ ସଭାପତି ଲୋକନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ୟାମସୁନ୍ଦର ଗନ୍ତାୟତ ଓ କୈଳାସ ପଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା। ପରେ ବିଳମ୍ବିତ ରାତ୍ର ଯାଏଁ ଗଂଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ବିଶିଷ୍ଟ କଳାକାର ମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ। ବହୁ ଦିନ ପରେ ସହର ରେ ଏହିପରି ଭଜନ କାର୍ଯ୍ୟକ୍ରମ ପରିବେଷଣ ହେଇଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।


