ଭକ୍ତ ଚରଣ ସ୍ମାରକୀ ସମାରୋହ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଂଚାୟତରେ ୪୭ ତମ ସ୍ମାରକୀ ସମାରୋହ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଭକ୍ତ ଚରଣ ସ୍ମାରକୀ ସମାରୋହର ପ୍ରଥମ ସଂନ୍ଧ୍ୟାରେ କଳା ସଂସ୍କୃତି ସହ ଭଜନ ସଂଗୀତ ପରିବେଷଣରେ ଶହ ଶହ ଦର୍ଶକ ଝୁମିଥିଲେ । ଏହି କାର୍ଯ୍ୟକ୍ରମ ଆହୁରୀ ଦୁଇଦିନ ବ୍ୟାପି ଚାଲିବାକୁ ଥିବା ବେଳେ ଭଜନ ଓ ମଥୁରା ମଙ୍ଗଳ ଗୀତ ପରିବେଷଣ କରିବା ସହ ଆମ ଭାରତୀୟ ସଂସ୍କୃତି ଓ ପଂରପରାକୁ ବଜାୟ ରଖିବା ସହ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ କମିଟି ତରଫରୁ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।