ଭଗବତି ବିଦ୍ୟାପିଠର ପୁରସ୍କାର ବିତରଣ ଉତ୍ସବ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ବୁରୁପୋଡ଼ା ଭଗବତି ବିଦ୍ୟାପିଠର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି କେଶବ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ଶିକ୍ଷାର୍ଥୀ ମାନେ ଉତମ ଶିକ୍ଷା ଅଧ୍ୟୟନ ସହ ଆଦର୍ଶ ସମାଜ ଗଠନରେ ସହାୟକ ହେବା ଉଚିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନ, ସରଂପଚ ଊମାଶଙ୍କର ସାବତ, ବିଡ଼ିଓ ପ୍ରସନ କୁମାର ପାତ୍ର. ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଂଚୁ କୁମାର ସ୍ୱାଇଁ ଓ ପୂର୍ବତନ ସଭାପତି ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ମଂଚାସିନ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଷୋୟୀ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ବହୁ ଅଭିଭାବକ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।